୪୦୦ ଟଙ୍କା ନଦେବାରୁ ଆଈର ତଣ୍ଟିଚିପି ହତ୍ୟା କଲା ନାତି
·1 year ago·1 min read

Key Points
୪୦୦ ଟଙ୍କା ପାଇଁ ଆଈକୁ ତଣ୍ଟି ଚିପି ହତ୍ୟା କଲା ନାତି । ଆଈ ଜଣଙ୍କ ହେଲେ ସାନତ୍ରିବିଡା ଗ୍ରାମର ଗୁରୁବାରି ବିଶ୍ବାଳ ।
ଅନୁଗୋଳ ଜିଲ୍ଲା କଣିହାଁ ଥାନା ଛେଳିଆ ଗାଁରେ ଅଭାବନୀୟ ଘଟଣା । ୪୦୦ ଟଙ୍କା ପାଇଁ ଆଈକୁ ତଣ୍ଟି ଚିପି ହତ୍ୟା କଲା ନାତି । ଆଈ ଜଣଙ୍କ ହେଲେ ସାନତ୍ରିବିଡା ଗ୍ରାମର ଗୁରୁବାରି ବିଶ୍ବାଳ । ଏବଂ ଗୁରୁବାରିଙ୍କ ତୃତୀୟ ପୁଅ ରାଜନ ଙ୍କର ପୁଅ ବାପୁଜୀ ବିଶ୍ବାଳ ହେଲେ ହତ୍ୟାକାରୀ । ଘଟଣା ସ୍ଥଳରେ କଣିହାଁ ପୋଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ବାପୁଜୀ କୁ ଥାନାରେ ଅଟକ ରଖି ଛାନଭିନ୍ ଚଳାଇଛି ।
ସୂଚନା ଯେ, ଗୁରୁବାରି ଆଧାର କାର୍ଡ କେଓ୍ବାଇସି କରିବାକୁ ସାନତ୍ରିବିଡା ଜନ ସେବା କେନ୍ଦ୍ର ଆସିଥିବା ବେଳେ ସଇତାନ ନାତିକୁ ଦେଖା ହୋଇଥିଲା । ଫଳରେ ଆଈ ପାଖରେ ଥିବା ୪୦୦ ଟଙ୍କା ଉପରେ ନାତିର ଲୋଭ ଆସିଥିଲା । ଆଈ ଟଙ୍କା ନଦେବାରୁ ବାଇକ୍ ସାହାଯ୍ୟରେ ଆଈକୁ ବସାଇ ଜଙ୍ଗଲ ନେଇ ତଣ୍ଟି ଚିପି ହତ୍ୟା କରି ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: