Murder Case / ସମ୍ପତ୍ତି ପାଇଁ ଜେଜେମା'କୁ ମାରିଦେଲା ନାତି

Key Points
ନିଷ୍ଠୁର ନାତି ଜେଜେମା'କୁ ଜୀବନରୁ ମାରିଦେଲା ।
ହଇରେ ତୁ ମୋ ମୁଣ୍ଡକୁ ଦୁଇଫାଳ କରିଦେଲୁ । ଜାଣିଛୁ ତୁ ଯେତେବେଳେ ଜନ୍ମ ନେଲୁ ମୁଁ ଭାରି ଖୁସି ହେଇଥିଲିରେ । ପୁରା ଗାଁରେ ମୁଁ ବୁଲି ବୁଲି କହିଥିଲି ମୋର ନାତି ଜନ୍ମ ହୋଇଛି । ତତେ ମୁଁ ଏଇ ହାତରେ ମାଲିସ୍ କରିଛି ରେ । ଆଉ ତୁ ସବୁ ଭୁଲିଗଲୁ ? ମୋ ଉପରେ ତୁ ଗାଡ଼ି ଚଢ଼େଇ ମାରିଦେଲୁ । ମୋ ମୁଣ୍ଡ ଉପରେ ଗାଡ଼ି ଚଢ଼ି ଗଲାରେ। ମୋ ମୁଣ୍ଡରୁ କେତେ ରକ୍ତ ବୋହିଗଲା । ମୁଁ ରାସ୍ତାରେ ପଡ଼ି ଛଟପଟ ହେଉଥିଲି । ମୋତେ ବହୁତ କଷ୍ଟ ହେଉଥିଲା । ତୁ ଏମିତି କଣ ପାଇଁ କଲୁ । ଚଣ୍ଡାଳ ସମ୍ପତ୍ତି ପାଇଁ ତୁ ମୋତେ ମାରିଦେଲୁ । ହଉରେ ନାତି ଟୋକା । ମୋତେ ମାରି ତୁ ଭଲରେ ରହ ତୁ ଭଲରେ ରହ । ଭଗବାନ ତୋ ଉପରେ ଆଶୀର୍ବାଦ ରଖିଥାନ୍ତୁ....
ଉପରେ ଥାଇ ବୁଡ଼ି ମା ଜଣକ ଏମିତି କିଛି କହୁଥିବ ନିଶ୍ଚିତ । କାରଣ ସେ ଯେଉଁ ନାତି ଟୋକା ପାଇଁ ଏତେ ଗର୍ବ କରୁଥିଲେ । ଯେଉଁ ନାତି ଟୋକାକୁ ମାଲିସ କରି ଶକ୍ତିଶାଳି କରିଥିଲେ । ସେହି ନାତି ଟୋକା ଆଜି ଜେଜେମାର କାଳ ପାଲଟି ଯାଇଛି। ଜେଜେମା ମୁଣ୍ଡରେ ଗାଡ଼ି ଚଢ଼ାଇ ଦେଇଛି ।
ସୂଚନା ମୁତାବକ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି ଯାଜପୁରଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର ଗାଁରେ । ମୃତ ଜେଜେମା ଜଣକ ହେଲେ ସିଙ୍ଗଡ଼ା ଗାଁର ଜୁଳି ସାହୁ ।
ଜୁଳି ଓ ତାଙ୍କର ଏକମାତ୍ର ପୁଅ ନାରାୟଣଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ପୂର୍ବରୁ ପୁଅ ନାରାୟଣ ନିଜ ବାପା, ମା'ଙ୍କୁ ଖାଇବା ପିଇବାକୁ ନ ଦେଇ ଅତ୍ୟାଚାର କରୁଥିଲା । ଯାହାକୁ ନେଇ ବାପା ଫୋଇନ ଓ ଜୁଳି ନିଜର କିଛି ଜମିକୁ ତାଙ୍କ ବିବାହିତା ଝିଅ ଅନିତାଙ୍କ ନାମରେ କରି ଦେଇଥିଲେ। ଯାହାପରେ ବଢ଼ି ଯାଇଥିଲା ରାଗ। ଏହି ଘଟଣାକୁ ନେଇ ପୂର୍ବରୁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା
ତେତେବ ନାରାୟଙ୍କର ପରିବାର ସମ୍ପତ୍ତି ଲୋଭରେ ଜୁଳି ଏବଂ ତାଙ୍କ ଝିଅକୁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ । ଅପରାହ୍ନ ୪ଟା ୨୦ରେ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା ଗଳିପୋଲ ରାସ୍ତାରେ ମା'ଝିଅ ଯାଉଥିବାବେଳେ ନାରାୟଣଙ୍କ ବଡ଼ପୁଅ କାର୍ତ୍ତିକ ଏକ ପିକ୍ଅପ୍ ଗାଡ଼ି ଦ୍ରୁତ ଗତିରେ ଆଣି ପଛପଟୁ ଧକ୍କା ଦେଇଥିଲା।
ଅନିତା ରାସ୍ତାକଡ଼କୁ ଡେଇଁପଡ଼ି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରେ ମା' ଜୁଳିଙ୍କର ମୃତ୍ୟୁ ହୋଇଥିଲା । ଏହି କାଣ୍ଡ ଘଟାଇ କାର୍ତ୍ତିକ ଗାଡ଼ି ଧରି ଫେରାର ହୋଇ ଯାଇଥିଲା । ତେବେ ପୋଲିସ ବାପା ନାରାୟଣ ଏବଂ ତାଙ୍କ ସାନ ପୁଅକ ଗିରଫ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories