Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦାଦାର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା

Odisha

ଦାଦାର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା

Rashmita Mishra
Browse all articles by Rashmita Mishra
·1 year ago
ଦାଦାର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା

କେନ୍ଦୁଝର ସଦର ଥାନା ତଳକଇଁସାରୀ ଗାଁରେ ଚାଞ୍ଚଲ୍ୟ। ପାରିବାରିକ କଳହର କରୁଣ ପରିଣତି । ପୁତୁରାର ଟାଙ୍ଗିଆ ଚୋଟରେ ଦାଦାଙ୍କର ମୃତ୍ୟୁ । ସମ୍ପର୍କୀୟ ଦାଦା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କଲା ପୁତୁରା କବି ଦେହୁରୀ । କଟାମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ଘଟଣା ଅନୁଯାଇ, ଭଭୟ ଦାଦା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା ।


ଗତକାଲି ରାତିରେ ଦାଦା, ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ପରେ କଟାମୁଣ୍ଡକୁ ଏକ ବ୍ୟାଗ୍ ରେ ପୁରାଇ ହତ୍ୟାକାରୀ ପୁତୁରା ଶୁଆ କାଟୀ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର SDP0 ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
grandson-reaches-police-station-with-severed-head-of-dada | Argus News