Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କୃତଜ୍ଞ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ କୃତଜ୍ଞ

ଅର୍ଗସ ବ୍ୟୁରୋ: ମୋଦିଙ୍କ ମୁହଁରେ ଓଡ଼ିଶାର ଜୟଜୟକାର। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ବରରେ ବିଶାଳ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭା ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା, ଐତିହ୍ୟର ମନଖୋଲି ଗୁଣଗାନ କଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ଓଡ଼ିଶା ପର୍ବର ସୁନ୍ଦର ଆୟୋଜନ ନେଇ ପ୍ରଶଂସା କଲେ। ମୋଦି କହିଲେ, ଓଡ଼ିଶା ଏବେ ବୈଶ୍ବିକ ନଜରର କେନ୍ଦ୍ରରେ। ମିଶନ ପୂର୍ବୋଦୟରୁ ଓଡ଼ିଶା ଦ୍ରୁତ ବିକାଶ ମୁହାଁ ହୋଇଛି। ଆଉ କିଛି ମାସ ପରେ ଓଡ଼ିଶାରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏହାକୁ ଜି-20 ସମ୍ମିଳନୀଠାରୁ ମଧ୍ୟ ଅଧିକ ଭବ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପରୋକ୍ଷରେ ବିଜେଡି ଓ କଂଗ୍ରେସ ଭଳି ବିରୋଧୀ ଦଳଙ୍କୁ କଟାକ୍ଷ ଓ କଡ଼ା ସମାଲୋଚନା କରିଛନ୍ତି ମୋଦି। ଆଉ ମୋଦି ପୁଣି ଦେଇଛନ୍ତି ପ୍ରତିଶ୍ରୁତି। ଦ୍ରୁତ ଗତିରେ ପୂରଣ ହେବ ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ସବୁ ଗ୍ୟାରେଣ୍ଟି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Grateful for the love of the people of Odisha | Argus News