|
logo
Live

Argus News - ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

Odisha

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

Rashmita Mishra
Browse all articles by Rashmita Mishra
·11 months ago
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ । ଶ୍ରୀଜିଉଙ୍କ କରାଗଲା ବଡ ମହାସ୍ନାନ । ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯିବାର କାରଣ ହେଉଛି ଜଣେ ଭକ୍ତ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି । ସୂଚନାମୂତାବକ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣଙ୍କ ବାନ୍ତି କରିଦେଇଥିଲେ । ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଛି ।


ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡେ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପକାଯାଇ ସୌଧ କରାଯାଏ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ | Argus News