Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pucca Ghara / ପକ୍କା ଘରକୁ ନେଇ ଆସିଲା ବଡ଼ ଖବର !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ପକ୍କା ଘରକୁ ନେଇ ଆସିଲା ବଡ଼ ଖବର !

Key Points

୧ ଲକ୍ଷ ୮୮ ହଜାର ୨୬୩ ପକ୍କା ଘର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପକ୍କା ଘରକୁ ନେଇ ଆସିଲା ବଡ଼ ଖବର । ଅଧିକାରୀଙ୍କୁ ଟାର୍ଗେଟ୍ ଦେଲେ ରାଜ୍ୟ ସରକାର । ଡିସେମ୍ବର ଶେଷ ସୁଦ୍ଧା ପକ୍କା ଘର ଟାର୍ଗେଟ୍ ଶେଷ କର । କଡ଼ା ନିର୍ଦ୍ଦେଶ ନାମା ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି । ୧ ଲକ୍ଷ ୮୮ ହଜାର ୨୬୩ ପକ୍କା ଘର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକରେ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାରେ ୧୧ ହଜାର ୧୩୧, ନବରଙ୍ଗପୁରରେ ୧୦ ହଜାର ୯୪୯, କୋରାପୁଟରେ ୧୪ ହଜାର ୧୯୩, ବଲାଙ୍ଗୀରରେ ୭ ହଜାର ୭୫୭, ବାଲେଶ୍ଵରରେ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୧୪ ହଜାର ୩୫୭ ଘର ନିର୍ମାଣ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୬ ହଜାର ୫୮୨ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଗୁରୁତର ସହ ନେଇ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର । କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଘର ନଥିବା ଗରିବ ଗୁରୁବାଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ବୋନସ ମିଳୁଛି, ଅନ୍ତ୍ୟୋଦୟରେ ବି ମିଳିବ । ୪ ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ ୨୦ ହଜାର, ୬ ମାସରେ ଘର କଲେ ୧୦ ହଜାର ଟଙ୍କା ବୋନସ ଦେବେ ସରକାର ।

ଅନ୍ତ୍ୟୋଦୟ ଯୋଜନାରେ ପରିବାରରେ ସଂଜ୍ଞାକୁ ସରଳୀକରଣ କରାଯାଇଛି । ଯେଉଁଥିରେ ପରିବାର ଅର୍ଥ ସ୍ଵାମୀ, ସ୍ତ୍ରୀ ଓ ନିର୍ଭରଶୀଳ ପିତାମାତା ଓ ସନ୍ତାନ । ଏହା ଦ୍ଵାରା ସୃଷ୍ଟି ହେଉଥିବା ନୂଆ ପରିବାର ଯୋଜନାରେ ଉପକୃତ ହେବେ । ଅନ୍ତ୍ୟୋଦୟ ପାଇଁ ୭ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pucca Ghara | Great news has arrived on Pucca Ghara | Argus News