Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲିଯାତ୍ରା ଓ ରଥଯାତ୍ରାକୁ UNESCO ମାନ୍ୟତା ଦିଗରେ ବଡ଼ ସଫଳତା

Rashmita Mishra
Browse all articles by Rashmita Mishra
·1 year ago·2 min read
ବାଲିଯାତ୍ରା ଓ ରଥଯାତ୍ରାକୁ UNESCO ମାନ୍ୟତା ଦିଗରେ ବଡ଼ ସଫଳତା

Key Points

ବାଲିଯାତ୍ରା ଓ ରଥଯାତ୍ରାକୁ UNESCO ମାନ୍ୟତା ଦିଗରେ ବଡ଼ ସଫଳତା
ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ୟ ତାଲିକାରେ ହେଲା ସାମିଲ
ମୁଖ୍ୟମନ୍ତ୍ରୀ କହିଲେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର ମୂହୁର୍ତ୍ତ
ପୂର୍ବରୁ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମଞ୍ଚରେ କରିଛନ୍ତି ଦୁଇ ପର୍ବର ପ୍ରଶଂସା
ଆଗକୁ UNESCOର ମାନ୍ୟତା ମିଳିବା ନେଇ ବଢିଲା ଆଶା

ବିଶ୍ବରେ ଓଡ଼ିଶାର ସାଂସ୍କୃତିକ ପରିଚୟ ସାଜିଥିବା ରଥଯାତ୍ରା ଓ ବାଲି ଯାତ୍ରାକୁ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମିଳିଛି ସ୍ଥାନ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଏହି ଦୁଇ ମହାନ ପର୍ବ। ଏହାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ଖୁସିର ଲହରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ୍ସରେ ପୋଷ୍ଟ କରି ଖୁସି ପ୍ରକଟ କରିବା ସହ ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କ୍ଷଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆଗକୁ ଏହି ଦୁଇ ପର୍ବକୁ ୟୁନେସ୍କୋର ବିଶ୍ବ ମାନ୍ୟତା ପାଇଁ ବି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ୟ ତାଲିକାଭୁକ୍ତ ହେବା ଅବଶ୍ୟକ। ଏଥିପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ 31 ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକ ସମୟରେ ନାମାଙ୍କନ ପତ୍ର ଦାଖଲ ହୋଇସାରିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେହପିର ବାଲିଯାତ୍ରାକୁ ସାଗୀତ ନାଟକ ଏକାଡେମୀର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ମିଳିଥିବାରୁ ଏହାକୁ ନେଇ କଟକରେ ଖୁସିର ଲହରୀ। ବାଲିଯାତ୍ରା ପାଳନ ପଛରେ ଥିବା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଗୌରବମୟ ଇତିହାସକୁ ବିଶ୍ବବାସୀଙ୍କ ସାମ୍ନାରେ ପ୍ରଥମେ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଇଣ୍ଡୋନେସିଆର ଯେଉଁ ବାଲି ଦ୍ବୀପକୁ ଓଡ଼ିଆ ସାଧବ ପୁଅଙ୍କ ଯାତ୍ରାର ପ୍ରତୀକ ସ୍ବରୂପ ବାଲିଯାତ୍ରା ପାଳନ କରାଯାଉଛି ସେହିଠାରେ ଐତିହାସିକ ବାଲିଯାତ୍ରାର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ପ୍ରତ୍ୟେକ ଓଡ଼ଆଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା।

ଦ୍ବିତୀୟ ଥର ପାଇଁ ଆଉ ଏକ ଅନ୍ତର୍ଜାତୀୟ ମଞ୍ଚରେ ବଲିଯାତ୍ରାରେ ଗୌରବ ବଖାଣିଥିଲେ ମୋଦି। ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ଅବସରରେ ଓଡ଼ିଶାର ଏହି ମହାନ ନୌବାଣିଜ୍ୟ ପରମ୍ପରାର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ଏବେ ରହିଲା ଅପେକ୍ଷା UNESCO ପକ୍ଷରୁ କେବେ ମିଳୁଛି ଓଡ଼ିଶାର ଏହି ମହାନ ସାଂସ୍କୃତିକ ବିଭିବକୁ ବୈଶ୍ବିକ ମାନ୍ୟତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
great-success-towards-unesco-recognition-of-bali-yatra-and-rath-yatra | Argus News