Videos
|
Odisha

ରାଜ୍ୟରେ NEP-2020 ଲାଗୁ ଉପରେ ଉଚ୍ଚଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି

Smruti Parija
Browse all articles by Smruti Parija
·2 years ago·2 min read
ରାଜ୍ୟରେ NEP-2020 ଲାଗୁ ଉପରେ ଉଚ୍ଚଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି

Key Points

  • ରାଜ୍ୟରେ NEP-2020 ଲାଗୁ ଉପରେ ଉଚ୍ଚଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି
  • ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କୁ ନେଇ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା
  • ଇର୍ଣ୍ଟନସିପ୍ ଓ ଦକ୍ଷତାକୁ NEPରେ ଗୁରୁତ୍ବ 
  • ଛାତ୍ରଛାତ୍ରୀଙ୍କ ପାଇଁ ୪୦ଟି MODEL ସିଲାବସ୍ ପ୍ରସ୍ତୁତ
  • ଉଚ୍ଚ ଶିକ୍ଷାମନ୍ତ୍ରୀ କହିଲେ, ସୃଦୁଢ଼ ଶିକ୍ଷାନୀତି ଦେଶର ଅର୍ଥନୀତିକୁ ନେବ ଆଗକୁ
  • ୨୦୩୦ ମସିହା ବେଳକୁ ସବୁ କଲେଜକୁ ସ୍ଵୟତତ୍ତା କରାଯିବ ପ୍ରଦାନ 
  • ଚାକିରି ନୁହେଁ ଚାକିରି ଦେବା ପାଇଁ ବ୍ୟବସ୍ଥା କରାଯିବା ଦରକାର
  • ମାତୃଭାଷାରେ ଗୁରୁତ୍ବ ସହ ମାନସିକତା ପରିବର୍ତ୍ତନ ପାଇଁ ଆହ୍ବାନ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ନେଇ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କୁ ନେଇ ଲୋକସେବା ଭବନରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହ ରାଜ୍ୟର ସମସ୍ତ କୁଳପତି, କଲେଜ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ କହିଛନ୍ତି, ନୂତନ ଶିକ୍ଷା ନୀତି ବଳରେ ଶିକ୍ଷା ଜଗତରେ ବିପ୍ଳବ ଆଣିବା ଆବଶ୍ୟକ । ଦିନେ ୧ କୋଟି ତାଳପତ୍ର ଲିପି ଆମ ଶିକ୍ଷା ବ୍ୟବସ୍ଥାର ନିଦର୍ଶନ ଥିଲା ।

ଦିନ ଥିଲା ସଂସ୍କୃତ ଭାଷା ଜନଭାଷା ଥିଲା । କିନ୍ତୁ ଆଜିର ବର୍ତ୍ତମାନ ପିଢ଼ିକୁ ଏହା କଷ୍ଟସାଧ୍ୟ ବୋଲି ମନେ ହେଉଛି । ୨୦୨୦ ମସିହାରେ ଜାତୀୟ ଶିକ୍ଷା ନୀତିର ନେତୃତ ନେଇ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଯାହା ଶିକ୍ଷା ବ୍ୟବସ୍ଥାର ଅୟମ ଆରମ୍ଭ ବୋଲି କୁହାଯାଇପାରିବ । ସ୍ବଦେଶୀ ଶିକ୍ଷାନୀତି ହିଁ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

ସେହିପରି ଶିକ୍ଷା ବିଭାଗ ଶାସନ ସଚିବ କହିଛନ୍ତି, ୧୦୦ ଦିନର ଟାର୍ଗେଟ ଭିତରେ ଜାତୀୟ ଶିକ୍ଷା ନୀତିକୁ ଅଗ୍ରାଧିକାର ଦେବା ସହ ଗୁରୁତ୍ବ ଦିଆଯାଇଛି । ୨ ବର୍ଷ ହେବ ନୂଆ ସିଲାବସ୍ ତିଆରି ହୋଇଛି । ଇଣ୍ଟନସିପ୍ ଓ ଦକ୍ଷତାକୁ NEPରେ ଗୁରୁତ୍ବ ଦିଆଯାଉଛି । ଠିକ୍ ଭାବେ ସବୁ ପାଠକୁ ଧ୍ୟାନ ଦେଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପଢା ଖର୍ଚ୍ଚ ସେମାନଙ୍କୁ ଫେରାଇ  ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ୪୦ଟି MODEL ସିଲବସ୍ ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ବିଭାଗ ତରଫରୁ ଧ୍ୟାନ ଦିଆଯାଇଛି ।

ବିଳମ୍ବରେ ହେଲେ ବି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରୁଥିବାବେଳେ ଶିକ୍ଷା ସମାଜ ଉପରେ ଏହା କେତେ ପ୍ରଭାବ ପକାଉଛି ତାହା ଉପରେ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Greater preparation of Higher Education Department on implementation of NEP-2020 in the state | Argus News