Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lord Jagannath / ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ...

Rashmita Mishra
Browse all articles by Rashmita Mishra
·1 hour ago·4 min read
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ...
Lord Jagannath

Key Points

ଶ୍ରୀକ୍ଷେତ୍ର ପୁରୀ ଆଜି ସମ୍ପୂର୍ଣ୍ଣ ଉତ୍ସବମୁଖର ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ତିନି ଠାକୁରୁ । କୋଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ତାଙ୍କର ଅତିପ୍ରିୟର ଠାକୁର ଜଗତର ନାଥ ଜଗନ୍ନାଥଙ୍କୁ ।
ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା... ଶ୍ରୀକ୍ଷେତ୍ର ପୁରୀ ଆଜି ସମ୍ପୂର୍ଣ୍ଣ ଉତ୍ସବମୁଖର ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ତିନି ଠାକୁରୁ । କୋଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ତାଙ୍କର ଅତିପ୍ରିୟର ଠାକୁର ଜଗତର ନାଥ ଜଗନ୍ନାଥଙ୍କୁ । ଭାଇ ଭଉଣୀଙ୍କୁ ସାଥିରେ ଧରି ଲିଲାଖେଳା କରିବାକୁ ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବେ କଳାଠାକୁର । ବଡ଼ଦାଣ୍ଡ ଆଜି ଜନସମୁଦ୍ରରେ ପରିଣତ ହୋଇଛି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୁରୀ ଚଳଚଞ୍ଚଳ ।

"ଜୟ ଜଗନ୍ନାଥ" ଧ୍ୱନି, ଶଙ୍ଖ, ଘଣ୍ଟ ଓ ମୃଦଙ୍ଗର ଶବ୍ଦରେ ଆକାଶ ପାତାଳ ପ୍ରକମ୍ପିତ ହେଉଛି । ଶ୍ରୀମନ୍ଦିରରୁ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯିବା ଦୃଶ୍ୟ ଅତ୍ୟନ୍ତ ମନୋରମ । ତିନୋଟି ସୁସଜ୍ଜିତ ବିଶାଳ ରଥ - ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି। ଗଜପତି ମହାରାଜାଙ୍କ ଦ୍ୱାରା 'ଛେରା ପହଁରା' ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ଆନନ୍ଦରେ ରଥ ଟାଣିବା ଆରମ୍ଭ କରନ୍ତି ।

ଏହି ଉପଲକ୍ଷେ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ‘ଏକ୍ସ'ରେ ପ‌ୋଷ୍ଟ କରି ରଥଯାତ୍ରାର ଶୁଭେଚ୍ଛା ଜାଣାଇଛନ୍ତି ରାଷ୍ଟ୍ରପତି। ସେ ଲେଖିଛନ୍ତି ଦେଶ ବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି। ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି। ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ। ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି। ଜୟ ଜଗନ୍ନାଥ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛ ଜଣାଇଛନ୍ତି । ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ରଥଯାତ୍ରା ସହ ଜଡିତ ପରମ୍ପରା ଭାରତ ଏବଂ ବିଶ୍ୱର ଅନେକ ପିଢ଼ିକୁ ପ୍ରେରଣା ଦେଇଛି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ। ସେ ଆମକୁ ସମସ୍ତ ପ୍ରୟାସ ପାଇଁ ଶକ୍ତି ଦିଅନ୍ତୁ ଏବଂ ସମାଜରେ ଏକତାର ଭାବନାକୁ ଆହୁରି ସୁଦୃଢ଼ କରନ୍ତୁ ।

ପବିତ୍ର ରଥଯାତ୍ରାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ...ଏକ୍ସରେ ପୋଷ୍ଟ କରି ଜୟ ଜଗନ୍ନାଥ ଲେଖିବା ସହ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରା ଅଟୁଟ ଆସ୍ଥା, ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ ଓ ଏହି ପବିତ୍ର ରଥଯାତ୍ରା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଭଗବାନଙ୍କ ପ୍ରତି ଥିବା ଅଟୁଟ ଶ୍ରଦ୍ଧାକୁ ଦର୍ଶାଏ ବୋଲି କହିଛନ୍ତି .. ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ କଲ୍ୟାଣ ପାଇଁ କାମନା କରିଛନ୍ତି ଶାହ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Amit Shah (@AmitShah) July 16, 2026 ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ...ଏକ୍ସରେ ପୋଷ୍ଟ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥଯାତ୍ରା ଆମ ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା ଓ ମାନବତାର ମହାନ ଭାବନାକୁ ଆହୁରି ସୁଦୃଢ଼ କରୁ ବୋଲି କାମନା କରିଛନ୍ତି । ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ ଏବଂ ସମସ୍ତଙ୍କର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

ପବିତ୍ର ରଥଯାତ୍ରାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପବିତ୍ର 'ରଥ ଯାତ୍ରା' ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ରଥ ଯାତ୍ରା ଏକ ଅନନ୍ୟ ଯାତ୍ରା ଯାହା ସମଗ୍ର ମାନବ ସମାଜକୁ - ଜାତି, ଧର୍ମ କିମ୍ବା ଧର୍ମ ନିର୍ବିଶେଷରେ - ଏକତାର ସୂତ୍ରରେ ବାନ୍ଧିଥାଏ । ମୁଁ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । 
କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ପୋଷ୍ଟ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଧାରା ଅବ୍ୟାହତ ରହିବା ସହ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ ହେଉ ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଚରଣକମଳରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Sponsored