Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁରକୁ ଖାଇକି ଖୋଳ କରିଦେଇଛନ୍ତି ବିଜେଡି ନେତା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଯାଜପୁରକୁ ଖାଇକି ଖୋଳ କରିଦେଇଛନ୍ତି ବିଜେଡି ନେତା

Key Points

  • ଯାଜପୁରକୁ ଖାଇକି ଖୋଳ କରିଦେଇଛନ୍ତି ବିଜେଡି ନେତା
  • ମନଇଚ୍ଛା DMF ରେ କରିଛନ୍ତି ଦୁର୍ନୀତି
  • ୯ ବର୍ଷରେ ୨୨ଶହ କୋଟିର ବଡ଼ ଦୁର୍ନୀତି

ଅର୍ଗସ ବ୍ୟୁରୋ: ଡିଏମଏଫ୍‌ । ଜିଲ୍ଲାବାସୀଙ୍କ ହିତରେ ଖର୍ଚ୍ଚ ହୁଏ । କେମିତି ଲୋକଙ୍କର ବିକାଶ ହେବ ସେନେଇ ଧ୍ୟାନ ଦିଆଯାଏ । ହେଲେ ଯାଜପୁରରୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ଏବଂ ଯେଉଁ ତଥ୍ୟ ହସ୍ତଗତ ହେଉଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ସୁକିନ୍ଦାରେ ବିଜେଡି ଅମଳରେ ଭୟଙ୍କର ଦୁର୍ନୀତି ହୋଇଛି । ମନଇଚ୍ଛା ଫଣ୍ଡର ଟଙ୍କା ବ୍ୟବହାର ହୋଇଛି । ଅଭିଯୋଗ ହେଉଛି ସୁକିନ୍ଦା, ଧର୍ମଶାଳା ଓ ଯାଜପୁରର ତିନି ପାୱାରଫୁଲ ବିଧାୟକଙ୍କ ଇସାରାରେ ପ୍ରଶାସନ ଖର୍ଚ୍ଚ କରୁଥିଲା ଡିଏମଏଫ୍‌ ଟଙ୍କା । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ସେପଟେ, ସ୍ଵାସ୍ଥ୍ୟ ସମସ୍ୟା ବଢିଥିବା ବେଳେ ବି ନେତାଏ ଲୋକଙ୍କ ସ୍ଵାସ୍ଥ୍ୟକଥା ବୁଝିବା ପରିବର୍ତ୍ତେ ନିଜ ପକେଟ୍‌ ଗରମ କରୁଥିଲେ । ଆଉ ସ୍ଵାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଥିଲେ ଅଂଚଳବାସୀ ।

ନୂଆ ସରକାର ଆସିଲା, ଯାଜପୁର ଦୁର୍ନୀତିର ଗୁମର ଖୋଲିଲା । ସୂଚନା ଅନୁସାରେ, ଯାଜପୁରର ସୁକିନ୍ଦାରେ ଦେଶରେ ଗଚ୍ଛିତ ଥିବା ମୋଟ କ୍ରୋମାଇଟର ୯୭ ଭାଗ ରହିଛି । ଏଇଠୁ ପ୍ରତିବର୍ଷ ହଜାର ହଜାର କୋଟିର ମୂଲ୍ୟବାନ ଖଣିଜ ଉତ୍ତୋଳନ ହେଉଛି । ଯାହା ପାଇଁ ଯାଜପୁର ଜିଲ୍ଲାକୁ ମିଳୁଛି ହଜାର ହଜାର କୋଟିର ଖଣିଜ ପାଣ୍ଠି । ନିୟମ ଅନୁସାରେ ଯେହେତୁ କୋଟି କୋଟି ଟଙ୍କା ଆଦାୟ ହେଉଛି ତେଣୁ ସ୍ଥାନୀୟବାସିନ୍ଦାଙ୍କ ସ୍ଵାସ୍ଥ୍ୟଠାରୁ ଆରମ୍ଭ କରି ମୌଳିକ ବିକାଶ ହେବାର କଥା । ହେଲେ   ସୁକିନ୍ଦାବାସୀ ପାଉଛନ୍ତି କଣ ? ଧୂଳି, ଧୁଆଁ, ମାତ୍ରାଧିକ ପ୍ରଦୂଷଣ, ପ୍ରଦୂଷିତ ପାଣି, ଯକ୍ଷ୍ମା ଓ କିଡନୀ ରୋଗ, ଆଉ ନଗଡ଼ାବାସୀଙ୍କୁ ଅପପୁଷ୍ଟି । ଆଜିକା ଦିନରେ ବି ନଗଡ଼ାର ଲୋକ ବିକାଶ କଣ ଦେଖିନାହାନ୍ତି । ଡାଲି ସେମାନଙ୍କ ଲାଗି ସ୍ଵପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । 

ସୂଚନା ଅନୁସାରେ, ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର ୪୦୦ ଟି ପ୍ରକଳ୍ପ ପାଇଁ ୨୮୫୫ କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ ୩୬ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । ହେଲେ ସୁକିନ୍ଦାବାସୀଙ୍କ ବିକାଶ ସାତସପନ ହୋଇ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ବିଜେଡି ନେତା ଅଂଚଳବାସୀଙ୍କ ବିକାଶକୁ ଗୁରୁତ୍ଵ ଦେବା ପରିବର୍ତ୍ତେ ନିଜ ବିକାଶକୁ ଅଧିକ ଗୁରୁତ୍ଵ ଦେଉଥିଲେ । ତେଣୁ ଏମିତି ସ୍ଥିତି ହୋଇଥିବା ନେଇ  ଅଭିଯୋଗ ହେଉଛି । ସେପଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏବେ ବି ସୁକିନ୍ଦାର ୩୩୧ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି । କିଡନୀ ରୋଗ ଅନେକଙ୍କର ଜୀବନ ନେଇଥିବାବେଳେ ଆହୁରି ଅନେକ ମରଣ ସହ ସଂଘର୍ଷ କରୁଛନ୍ତି । ଯଦି ସୁକିନ୍ଦାବାସୀଙ୍କ ବିକାଶ କ୍ଷେତ୍ରରେ ନବୀନ ବାବୁ ଧ୍ୟାନ ଦେଇଥାଆନ୍ତେ ତାହାଲେ ଏମିତି ମରଣ ସହ ସଂଘର୍ଷ କରୁନଥାଆନ୍ତେ ଲୋକେ ବୋଲି କୁହାଯାଉଛି । ତେବେ ଏନେଇ ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Sponsored
DMF Fund | Argus News