Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର

Rashmita Mishra
Browse all articles by Rashmita Mishra
·1 year ago·2 min read
୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର

Key Points

ରାଜ୍ୟର ୨୩ଟି ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର
ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ
ଗଜପତି ଓ ରାୟଗଡ଼ାରେ ସ୍ଥିତି ସଙ୍ଗିନ
ଭୂତଳ ଜଳସ୍ତର ବୃଦ୍ଧି ପାଇଁ କାର୍ଯ୍ୟକାରୀ କରାଯାଉଛି ଛାତ ଏବଂ ଅରୁଆ ଯୋଜନା
ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ସମ୍ବଲପୁରକୁ ଛାଡ଼ି ଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଭୂତଳ ଜଳସ୍ତର । ରାଜ୍ୟର ୨୩ ଜିଲ୍ଲାରେ ଏପରି ସ୍ଥିତି । ଗଜପତି ଓ ରାୟଗଡ଼ାରେ ସ୍ଥିତି ସଙ୍ଗିନ । ଭୂତଳ ଜଳସ୍ତର ବୃଦ୍ଧି ପାଇଁ କାର୍ଯ୍ୟକାରୀ କରାଯାଉଛି ଦୁଇଟି ଯୋଜନା । ଛାତ ଏବଂ ଅରୁଆ ଯୋଜନା । ଛାତ ଯୋଜନା ମାଧ୍ୟମରେ ରାଜ୍ୟର ୨୭ଟି ସହରାଞ୍ଚଳ ଏବଂ ୫୨ଟି ବ୍ଲକରେ 29ହଜାର 500ଟି ବେସରକାରୀ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ବର୍ଷା ଜଳର ସଂରକ୍ଷଣ ଯୋଜନା କରାଯାଇଛି ।

ଅରୁଆ ଯୋଜନାରେ ୨୪୦୦ଟି ରିଚାର୍ଜ ସାଫ୍ଟ ମାଧ୍ୟମରେ ବର୍ଷା ଜଳର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ବିଭିନ୍ନ ନଦୀମାନଙ୍କରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ବିଭିନ୍ନ ପ୍ରାକୃତିକ ନାଳ ଗୁଡିକରେ ଆଡିବନ୍ଧ ତିଆରି କରି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ।

ଜୟପୁର ଏବଂ ବୋରିଗୁମ୍ମା ଅଂଚଳରେ ବି ଜଳସ୍ତର କମିବା କାରଣରୁ ନଳକୂପ ଖୋଳିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ। କେଉଁଠି ନଳକୂପ ଅଛି କିନ୍ତୁ ସେଥିରୁ ପାଣି ବାହାରୁନି । ଆଉ କେଉଁଠି ପାଇପ ଷ୍ଟାଣ୍ଡ ଅଛି କିନ୍ତୁ ସେଥିରେ ପାଣି ଆସୁନି ।

ଗତ ୧୦ ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ଜଳସ୍ତର ୨.୬ ମିଟର ହ୍ରାସ ପାଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ୨୦୨୪ର ଏକ ରିପୋର୍ଟରୁ ଜଣାପଡିଛି ଯେ ପ୍ରାକ୍ ମୌସୁମୀ ଏବଂ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଅତ୍ୟଧିକ ଉତ୍ତୋଳନ, ଅପର୍ଯ୍ୟାପ୍ତ ବୃଷ୍ଟିପାତ ଏବଂ ଘରୋଇ ବ୍ୟବହାର ବୃଦ୍ଧି ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି।

ପୁରୀରେ ପ୍ରଦୂଷିତ ହେଉଛି ଭୂତଳ ଜଳ । କ୍ରମାଗତ ଭାବେ କମୁଛି ଜଳସ୍ତର । ଫେଲ୍‌ ମାରିଛି ରିଚାର୍ଜ ପଏଣ୍ଟ ଓ ବର୍ଷା ଜଳ ସଂରକ୍ଷଣ ଯୋଜନା । ହୋଟେଲ ଓ ଆପାର୍ଟମେଣ୍ଟ ଭୂତଳ ଜଳ ଉତ୍ତୋଳନ ନିୟମକୁ କରୁଛନ୍ତି ଉଲ୍ଲଙ୍ଘନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
groundwater-levels-are-declining-in-23-districts | Argus News