Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ବିତ ରାତିରେ ବୋମାମାଡ଼: ପୂର୍ବ ଶତ୍ରୁତାକୁ ନେଇ ମୁହାଁମୁହିଁରେ ୬ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଳମ୍ବିତ ରାତିରେ ବୋମାମାଡ଼: ପୂର୍ବ ଶତ୍ରୁତାକୁ ନେଇ ମୁହାଁମୁହିଁରେ ୬ ଗୁରୁତର

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ବୋମାମାଡ଼ କରିଥିବା ବେଳେ ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତିହିଡି ଥାନା ତଳ କାଁପଡ଼ା ଗାଁରେ । ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।


୨ ଗୋଷ୍ଠୀ ମୁହାଁମୁହିଁ ଓ ବୋମାମାଡ଼ରେ ଆହତ ମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ରାତିରେ ଗାଁର କେତେକ ବ୍ୟକ୍ତି ରମେଶ ମଲ୍ଲିକଙ୍କ ଘର ପାଖରେ ଆସି ଗାଳି ଗୁଳଜ କରିବା ସହିତ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ ।


ରମେଶଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ଅପର ପକ୍ଷ ଆକ୍ରମଣ କରିବା ସହିତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ୬ ଜଣ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ତିହିଡ଼ି ପୋଲିସ ଆହତଙ୍କୁ ମେଡିକାଲ୍ ନେବା ସହ ଗାଁରେ ଫୋର୍ସ ମୁତୟନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Group Clash And Bombing In Bhadrak, Six Injured | Argus News