Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାତି ଅଧରେ ୨ ଗୋଷ୍ଠୀ ହାତାହାତି, ଢେଲା ମାଡ଼ରେ ୪ ଆହତ

Odisha

ରାତି ଅଧରେ ୨ ଗୋଷ୍ଠୀ ହାତାହାତି, ଢେଲା ମାଡ଼ରେ ୪ ଆହତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାତି ଅଧରେ ୨ ଗୋଷ୍ଠୀ ହାତାହାତି, ଢେଲା ମାଡ଼ରେ ୪ ଆହତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଗୁଣ୍ଡୁରୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଅଧ ରାତିରେ ହାତାହାତି ହେଲେ ୨ ଗୋଷ୍ଠୀ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପରସ୍ପରର ଆକ୍ରମଣରେ ୪ରୁ ୫ ଜଣ ଆହତ ହୋଇଛନ୍ତି । ଉଭୟ ପକ୍ଷର ଆହତଙ୍କୁ ବାଲୁଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ୨ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା ।


ଏହା ପରେ ପରସ୍ପର ଉପରକୁ ଟେକା ପଥର ଫିଙ୍ଗିଥିଲେ ଦୁଇ ଗୋଷ୍ଠୀ । ୨ଟି ବାଇକ୍ ମଧ୍ୟ ପୋଡ଼ି ଦେଇଥିବା ସୂଚନା ମିଳିଛି । ଗୋଷ୍ଠୀ ସଂଘର୍ଷ ପରେ ଖୋର୍ଦ୍ଧା ଏସ୍‌ପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବାଲୁଗାଁ ଏସ୍‌ଡିପିଓ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ପରିସ୍ଥିତି ସ୍ଵାଭାବିକ କରିବା ଲାଗି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କେଉଁ କାରଣରୁ ୨ ଗୋଷ୍ଠୀ ମୁହାଁମୁହିଁ ହେଲେ ତାହା ଜଣାପଡ଼ିନି । ପୋଲିସ ଛାନଭିନ୍ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Group Clash In Balugaon, 4 Injured | Argus News