Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତୁଳସୀପୁରରେ ଗୋଷ୍ଠୀ ସଂଘର୍ଷ: ୧୫ ଆହତ, ୫ ଗୁରୁତର

Odisha

ତୁଳସୀପୁରରେ ଗୋଷ୍ଠୀ ସଂଘର୍ଷ: ୧୫ ଆହତ, ୫ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ତୁଳସୀପୁରରେ ଗୋଷ୍ଠୀ ସଂଘର୍ଷ: ୧୫ ଆହତ, ୫ ଗୁରୁତର

କେନ୍ଦ୍ରାପଡ଼ା: ଅଷ୍ଟପ୍ରହରୀ ନାମଯଜ୍ଞ ପାଲଟିଲା ରଣକ୍ଷେତ୍ର । ମୁଣ୍ଡ ଫାଟିଲା, ରକ୍ତର ନଦୀ ବହିଲା । ଏମିତି ୨ ଗୋଷ୍ଠୀ ମୁହାଁମୁହିଁରେ ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ତୁଳସୀପୁର ଗାଁ ହରିଜନ ସାହିରେ ।


ବାଉଁଶ ପୋତିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସୂଚନା ଅନୁସାରେ, ଅଷ୍ଟପ୍ରହରୀ ଲାଗି ରାସ୍ତା ଖୋଳି ବାଉଁଶ ପୋତା ଯାଉଥିଲା । ଯାହାକୁ ନେଇ ହରିଜନ ସାହିର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯିଏ ଯାହାକୁ ପାରିଲା ଠେଙ୍ଗା ଓ ଲୁହା ରଡ୍‌ରେ ପିଟିବା ସହ ପଥର ମାଡ଼ କରିଥିଲେ ।


ରକ୍ତାକ୍ତ ସଂଘର୍ଷରେ ଉଭୟ ଗୋଷ୍ଠୀର ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ତୁଳସୀପୁର ଗାଁ ସହ ମାର୍ଶାଘାଇ ମେଡିକାଲ୍‌ରେ ପୋଲିସ ମୁତୟନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Group Clash In Tulasipur Kendrapada, 15 Injured | Argus News