Kendu leaves / ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , କେନ୍ଦୁପତ୍ର ଉପରେ GST ୧୮ %ରୁ ୫%କୁ ହ୍ରାସ

Key Points
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ ଆଶ୍ଵସ୍ତି
କେନ୍ଦୁପତ୍ର ଉପରେ GST ୫% , ପୂର୍ବରୁ ଥିଲା ୧୮%
ପ୍ରେସମିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଗତକାଲି GSTକୁ ନେଇ ହୋଇଥିବା ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଏକ ଆଶ୍ଵସ୍ତିଜନକ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ କେନ୍ଦୁପତ୍ର ଉପରେ GST ୫ ପ୍ରତିଶତକୁ ହ୍ରାସ କରାଯାଇଛି ।
ପୂର୍ବରୁ ଏହା ୧୮ ପ୍ରତିଶତ ଥିବା ବେଳେ ହେଲେ ୫ ପ୍ରତିଶତକୁ ହ୍ରାସ ପାଇଛି । ଦିଲ୍ଲୀରେ ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁପତ୍ର ତୋଳାଳୀଙ୍କ ଏହା ଏକ ଆଶ୍ଵସ୍ତିଜନକ ଖବର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ଵାରା କେନ୍ଦୁପତ୍ରର ବିକ୍ରି ବଢିବ , ସେମାନଙ୍କ ଉପାର୍ଜନ ବଢିବ । ରାଜ୍ୟରେ ଅଣସଂଗଠିତ କ୍ଷେତ୍ରରେ କାମ କେନ୍ଦୁପତ୍ର କରୁଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ମାଲିକ ବା ସଂଗଠନ ସଠିକ ସମୟରେ ତାଙ୍କ ମୂଲ୍ୟ ମଧ୍ୟ ଦେଇ ପାରିବେ ।
ଏଥିସହ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସରକାର ଘୋଷଣା କରିଥିବା ସେମାନଙ୍କ ଆବଶ୍ୟକୀୟ ଜିନିଷ ଯେମିତିକି ଚପଲ ତଥା ଅନ୍ୟାନ୍ୟ ସାମଗ୍ରୀ ଆହୁରି ସହଜରେ ମିଳିପାରିବ । ସେହିପରି କୃଷିଉପକରଣ ମଧ୍ୟ କମିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତକାଲି ଦିଲ୍ଲୀରେ ୫୬ ତମ GST ପରିଷଦ ବୈଠକ ହୋଇଥିଲା । ଯେଉଁଥିରେ GST ସ୍ଲାବ ଉପରେ ସାଢେ ୧୦ ଘଣ୍ଟା ଧରି ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସଂକଳ୍ପର ପୂରଣ କରିବାକୁ ପ୍ରୟାସ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ବଡ ଆର୍ଥିକ ସଂସ୍କାର କରାଯାଇଛି । ଯେଉଁଥିରେ ମଧ୍ୟବିତ୍ତ ପରିବାରକୁ ଦୃଷ୍ଟିରେ ରଖି ନିଆଯାଇଥିଲା ନିଷ୍ପତ୍ତି । କୃଷି, ଶିକ୍ଷା, ଅଟୋମୋବାଇଲ ଭଳି କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।
📱 Get Argus News App
✨Related Topics
Explore more stories