Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ 

Odisha

ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ 

Smruti Parija
Browse all articles by Smruti Parija
·1 year ago·2 min read
ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ 

ଭୁବନେଶ୍ୱର:  ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ । କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବଡ଼ ପଦକ୍ଷେପ ନେଇଛନ୍ତି  ଓଡ଼ିଶା ସରକାର । ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଆଣିଛି । ସବୁ ମେଡିକାଲ କଲେଜର ଏଣ୍ଟ୍ରି ଓ ଏକ୍ସଜିଟ୍ ପଏଣ୍ଟକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ମେଡିକାଲ ଷ୍ଟାଫ୍ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇକାର୍ଡ ବାଧ୍ୟତାମୂଳକ । ରୋଗୀଙ୍କ ପାଇଁ ରହିବ ଭିଜିଟର ପାସ୍ ସିଷ୍ଟମ୍ । 

ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ । ମେଡିକାଲ ସୁପରିଟେନଡେଣ୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀକୁ ଭେଟି ପାରିବେ । ଆଉଟ୍ ଡୋର ବାହାରେ 24 ଘଣ୍ଟା ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ରହିବେ । ମେଡିକାଲ କଲେଜ ପରିସରରୁ ସନ୍ଦିଗ୍ଧ ଗାଡ଼ିକୁ ବାହାର କରିବେ ସିକ୍ୟୁରିଟି ଗାର୍ଡ । ମେଡିକାଲ କଲେଜର ହଷ୍ଟେଲ, ରାସ୍ତା ସହ ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଯାଇ ମନିଟର କରାଯିବ । 

ନାଇଟ୍ ସିଫ୍ଟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କଟ କରି ସୁରକ୍ଷିତ ଭାବେ ଛଡ଼ାଯିବ । ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲରେ ରହିବ ପୋଲିସ ଆଉଟପୋଷ୍ଟ । ଯେଉଁଥିରେ ଜଣେ ମହିଳା ପୋଲିସ ଅଧିକାରୀ ନିଶ୍ଚୟ ମୁତୟନ ରହିବେ । ପ୍ରତିଦିନ ମେଡିକାଲର ସେଫଟି ଅଡିଟ୍ କରାଯିବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ରଖାଯିବ । ଜରୁରୀକାଳୀନ ପରିସ୍ଥିତି ପାଇଁ ମେଡିକାଲରେ ପେନିକ୍ ବଟମ, ଜରୁରୀକାଳୀନ ଫୋନ୍ ନମ୍ବର ଓ ମୋବାଇଲ ଆପର ବ୍ୟବସ୍ଥା କରାଯିବ । କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ଜରୁରୀକାଳୀନ ଫୋନ୍ ନମ୍ବରରେ କିପରି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିହେବ ସେ ବ୍ୟବସ୍ଥା କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
guideline-for-the-safety-of-doctors-in-state | Argus News