Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇକୋ ଟୁରିଜିମ୍‌ର ହବ୍ ହେବ 'ଗୁଲୁମୀ' ଜଳପ୍ରପାତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଇକୋ ଟୁରିଜିମ୍‌ର ହବ୍ ହେବ 'ଗୁଲୁମୀ' ଜଳପ୍ରପାତ

Key Points

ବଦଳିବ ଅବହେଳିତ 'ଗୁଲୁମୀ'ର ଚିତ୍ର
ଇକୋ ଟୁରିଜିମ୍‌ର ହବ୍ ହେବ 'ଗୁଲୁମୀ' ଜଳପ୍ରପାତ
ନୂଆ ସରକାର ନେଲେ ନୂଆ ପଦକ୍ଷେପ
ବିକାଶର ଶିଖର ଛୁଇଁବ 'ଗୁଲୁମୀ'

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଘଞ୍ଚ ଜଙ୍ଗଲ , ଜଳ ପ୍ରପାତ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ସେ ମଧ୍ୟରୁ "ଗୁଲୁମୀ " ଜଳପ୍ରପାତ ଅନ୍ୟତମ। ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଛତର୍ଲା ପଞ୍ଚାୟତରେ ରହିଛି "ଗୁଲୁମୀ ଜଳପ୍ରପାତ "। କୋଲାବ ନଦୀ ଓ ଜହଁରା ନଦୀ ମିଶି ସୃଷ୍ଟି ହୋଇଛି ଏହି ଜଳପ୍ରପାତ । ଯାହା କୋଟପାଡ଼ ବ୍ଲକ ସଦର ମହକୁମାଠୁ 30 କିଲୋମିଟର ଓ ଛତିଶଗଡ ସୀମାନ୍ତ ଠାରୁ ମାତ୍ର 20 କିଲୋମିଟର ଦୂରରେ ରହିଛି। ସୁନ୍ଦର ପ୍ରାକୃତିକ ପରିବେଶ। ଘଞ୍ଚ ଜଙ୍ଗଲ ମଧ୍ୟରେ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ,ଲାଲ ମୁଗୁନି ପଥର ପାହାଡ଼ର ଛାତି ଚିରି କୁଳୁ କୁଳୁ ଶବ୍ଦ କରି ବହିଯାଇଛି ଏହି ସୁନ୍ଦର ଜଳପ୍ରପାତ। ସତେ ଯେମିତି ପ୍ରକୃତି ରାଣୀ ତାର ସମସ୍ତ ସୌନ୍ଦର୍ଯ୍ୟକୁ ଏହି ସ୍ଥାନରେ ହିଁ ଢାଳି ଦେଇଛି ।

ଓଡିଶା,ଛତିଶଗଡ,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସହ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ବର୍ଷା ଦିନ ଛାଡ଼ି ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ପୂର୍ବ ସରକାର ସମୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୁଲୁମୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇସାରିଥିଲେ ମଧ୍ୟ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଭଳି ଏହାର ଆଖିଦୃଶିଆ ବିକାଶ ହୋଇପାରିନି । କେବଳ ସାଇନବୋର୍ଡରେ ସିମିତ ରହିଛି ଗୁଲୁମୀର ବିକାଶ। ମୋବାଇଲ ନେଟୱର୍କ, ଶୌଚାଳୟ,ଲାଇଟ ,ଭ୍ରମଣରାସ୍ତା ବ୍ୟବସ୍ତା ନଥିବାଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ଓ ଫଟୋ ଉତୋଳନ ପାଇଁ ଭିଉ ପଏଣ୍ଟ ତିଆରି ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ପର୍ଯ୍ୟଟକଙ୍କ କାମରେ ଆସିପାରୁନି ।

ତେବେ ଗୁଲୁମୀର ବିକାଶ ପାଇଁ କୋଟପାଡ଼ ବିଧାୟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରାପୁଟ ଗସ୍ତ ବେଳେ ଗୁଲମୀ ଜଳ ପ୍ରପାତକୁ ଇକୋ ଟୁରିଜିମ୍ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ନୂଆ ସରକାରଙ୍କ ଏ ପ୍ରୟାସରେ 'ଗୁଲୁମୀ' ବିକାଶର ଶୀର୍ଷ ଛୁଇଁବ ବୋଲି ଆଶା। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gulumi-waterfall-to-be-hub-of-eco-tourism | Argus News