Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷାରେ ଧୋଇଗଲା ଗୁମାଡ଼ିପୋଲ ଡାଇଭର୍ସନ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷାରେ ଧୋଇଗଲା ଗୁମାଡ଼ିପୋଲ ଡାଇଭର୍ସନ

Key Points

ଲଗାଣ ବର୍ଷାରେ ଧୋଇଗଲା ଗୁମାଡ଼ି ପୋଲ ଡାଇଭର୍ସନ

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ପ୍ରବାହିତ

ଛାତ୍ରଛାତ୍ରୀଙ୍କୁ ସ୍କୁଲ ହଷ୍ଟେଲକୁ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଲଗାଣ ବର୍ଷାରେ ଧୋଇଗଲା ଗୁମାଡ଼ି ପୋଲ ଡାଇଭର୍ସନ। ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ସଦପାଙ୍ଗା ନିକଟରେ ଥିବା ପୋଲ ଲଗାଣ ବର୍ଷାରେ ଧୋଇ ଯାଇଛି। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ଯାଉଥିବା ବେଳେ ଆଜି ସମ୍ପୂର୍ଣ୍ଣ ରାସ୍ତା ଧୋଇ ଯାଇଛି। ବର୍ତ୍ତମାନ ବିଦ୍ୟାଳୟ ଖୋଲିଥିବାରୁ ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ହଷ୍ଟେଲକୁ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପ୍ରଶାସନ ପକ୍ଷରୁ ରାସ୍ତା କାମ ଚାଲିଛି ଉକ୍ତ ରାସ୍ତା ବନ୍ଦ ଅଛି ବୋଲି ଆଜି ସକାଳୁ ଫ୍ଲେକ୍ସ ଲଗାଯାଇଛି।


ପୋଲ ଧୋଇଯିବା ଯୋଗୁଁ ୬ପଞ୍ଚାୟତ ବାସୀ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବର୍ଷା ହେବା ଯୋଗୁଁ ରାସ୍ତା କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇ ପାରୁନାହିଁ। ବର୍ଷା କମିବା ପରେ ଉପର ମୁଣ୍ଡରୁ ଆସୁଥିବା ଜଳ ସ୍ତର କମିଲେ ତୁରନ୍ତ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ସୁପରଭାଇଜାର କହିଛନ୍ତି। ରାସ୍ତା ନ ଥିବାରୁ ଗାଁ ଲୋକ ପାଣିରେ ପଶି ଯାତାୟତ କରୁଛନ୍ତି। ଏନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gumadipola-diversion-washed-away-in-heavy-rain | Argus News