Videos
|
Odisha

ରେଲୱେ କଲୋନୀରେ ରାତି ଅଧରେ ଫୁଟିଲା ଗୁଳି

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ରେଲୱେ କଲୋନୀରେ ରାତି ଅଧରେ ଫୁଟିଲା ଗୁଳି

Key Points

ସହରର ରେଲୱେ କଲୋନୀରେ ଫୁଟିଲା ୬ ରାଉଣ୍ଡ ଗୁଳି
ଗୁଳି ଫୁଟାଇ ଫେରାର୍ ଦୁର୍ବୃତ୍ତ
ରେଳ କର୍ମଚାରୀ ଦଶରତି ସୁନାଙ୍କ ଘର ଉପରକୁ ଗୁଳିମାଡ଼

ଝାରସୁଗୁଡ଼ା ରେଲୱେ କଲୋନୀରେ ରାତି ଅଧରେ ଫୁଟିଲା ଗୁଳି । ରେଳବାଇ କର୍ମଚାରୀ ଦଶରଥ ସୁନାଙ୍କ ଘରକୁ ରାତି ୨ ଟା ସମୟରେ ୬ ରାଉଣ୍ଡ ଗୁଳି ଫାଇରିଂ ହେଇଥିବା କରାଯାଇଛି । ପ୍ରଥମ ତିନୋଟି ଗୁଳି ଘର ଲୁହା କବାଟ କଣା କରି ଘରଭିତରେ ପଶିଥିଲା । ଭିତରେ ଥିବା କୁଲରରେ ଛିଦ୍ର କରି ଦେଇଛି। ସୌଭାଗ୍ୟବଶତଃ ଘରେ ପରିବାର ଶୋଇଥିବା ବେଳେ ମଧ୍ୟ ଜନଜୀବନ ହାନୀ ହୋଇନି । ଅନ୍ୟ ତିନୋଟି ଗୁଳି ଉପରକୁ ବ୍ଲାଙ୍କ ଫାୟରିଂ କରି ଫେରାର ମାରିଥିଲେ ଦୁର୍ବୃତ୍ତ ।


ଗତକାଲି ଗଣେଶ ପୂଜା ଭାଷାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାଡ଼ପିଟ ଓ ଗଣ୍ଡଗୋଳ ର ପ୍ରତିଶୋଧ ନେବାକୁ ଗୋଟିଏ ଗୋଷ୍ଠୀ ର କିଛି ଯୁବକ ରାତି ଅଧରେ ଆସି ଘର ବାହାରୁ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଖବରପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୬ ଖୋକା ଜବତ କରି ତଦନ୍ତ ଚଳାଇ ଥିବା ବେଳେ ଆଜି ସକାଳୁ ଝାରସୁଗୁଡା ଏସପି , ଏସଡ଼ିପିଓ ଏବଂ ଟାଉନ ଥାନା ପୋଲିସ ଆସି ତଦନ୍ତ ରେ ସହାୟତା କରି ଅପରାଧୀ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ଼ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gunshots fired in Railway Colony at midnight | Argus News