Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଲା କାର୍ତ୍ତିକ, ଘରକୁ ଫେରିବାବେଳେ ଭାବବିହ୍ୱଳ ହବିଷ୍ୟାଳୀ

Smruti Parija
Browse all articles by Smruti Parija
·1 year ago·1 min read
ସରିଲା କାର୍ତ୍ତିକ, ଘରକୁ ଫେରିବାବେଳେ ଭାବବିହ୍ୱଳ ହବିଷ୍ୟାଳୀ

ପୁରୀ: ହବିଷ୍ୟାଳୀଙ୍କ ଆଖିରେ ଲୁହ । ମହାକାର୍ତ୍ତିକ ସରିବା ପରେ ନିଜ ଘରକୁ ଫେରୁଛନ୍ତି ଏହି ବ୍ରତଧାରୀ । ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କରେ ଏମାନଙ୍କ ପାଇଁ ଚାରିଟି ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିବାବେଳେ ମାଗଣା ମହାପ୍ରସାଦ ଓ ସୁବିଧାରେ ଜଗାଦର୍ଶନର ବ୍ୟବସ୍ଥା କରାଯାଇଥିଲା । ସ୍ୱେଚ୍ଛାସେବୀ ଓ ସରକାରୀ ଅଧିକାରୀମାନେ ଏମାନଙ୍କୁ ପାଦେ ପାଦେ ସୁବିଧା ଯୋଗାଇ ଆସୁଥିଲେ । 

ତେବେ ଭଜନ କୀର୍ତ୍ତନ ଜଣାଣ ଓ ସାଙ୍ଗସାଥି ମେଳରେ ବୟସର ଅପରାହ୍ନର ଗୋଟିଏ ମାସ କଟିଯାଇଥିବାବେଳେ ଏବେ ଶ୍ରୀକ୍ଷେତ୍ରରୁ ଫେରିଯିବାର ଦୁଃଖରେ ଏମାନେ କୋହ ଆଉ ଲୁହକୁ ସମ୍ଭାଳି ପାରିନାହାନ୍ତି । 

ଚକାଆଖି ,ବଡ ଦାଣ୍ଡ ଆଉ ସିଂହଦ୍ଵାର ଠାରୁ ଦୁରେଇବାକୁ ନେଇ ଏମାନେ ଦୁଃଖିତ ହୋଇଥିବାବେଳେ ଶ୍ରୀକ୍ଷେତ୍ରରୁ ଫେରିବା ବେଳେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଭବବିହ୍ୱଳ ପରିବେଶ ।
ହବିଷ୍ୟାଳୀ ଶିବିର ରୁ ନିଜ ଘରକୁ ଫେରିବା ବେଳେ ଏ ମାଉସୀ ମାନଙ୍କ ଆଖି ଲୁହ ଯେତିକି ଦୁଃଖ ଦାୟକ ,ସେତିକି ଭାବବିହ୍ୱଳ ।କାଳିଆ ର ଚକା ଆଖି କୁ ଝୁରି ଝୁରି ଏବେ ଦିନ ଯିବ ,ଆର ବର୍ଷକୁ ପୁଣି ଅପେକ୍ଷା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
habisyallis-gets-imotional-while-returting-to-home | Argus News