ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ଆର୍ଲଟ, ୩ ଜିଲ୍ଲାରେ ପ୍ରବଳ ବର୍ଷା
·1 year ago

ତାତିରେ ଲାଗିପାରେ ବ୍ରେକ । ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ । ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି । ୯ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବରଗଡ଼, ସୋନପୁର, ବୌଦ୍ଧ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ସେପଟେ ୧୧ ଜିଲ୍ଲାକୁ ଝଡ ପବନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
କେତେକ ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୫୦-୬୦ କିଲୋମିଟର ପୂର୍ବାନୁମାନ କରାଯାଉଛି । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବାୟୁମଣ୍ଡଳ ଉପରି ଭାଗରେ ଲଘୁଚାପ ପ୍ରଭାବ ରହିଛି । ଏଥିସହ ଉତ୍ତର ପଶ୍ଚିମ ଭାରତରେ ଏକ ଟ୍ରପ୍ ଲାଇନ୍ ରହିଛି । ଆସନ୍ତା୨୫ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ରହିବ ବୋଲି କୁହାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
