Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ସରକାରର ଅପାରଗତାରୁ ଅଧାପନ୍ତରିଆ କାମ

Odisha

ବିଜେଡି ସରକାରର ଅପାରଗତାରୁ ଅଧାପନ୍ତରିଆ କାମ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡି ସରକାରର ଅପାରଗତାରୁ ଅଧାପନ୍ତରିଆ କାମ

Key Points

ଭଦ୍ରକର ବହୁ ପ୍ରଚାରିତ `ସାଳନ୍ଦୀ ସଂସ୍କାର' ଯୋଜନା ବାଟବଣା
ବିଜେଡି ସରକାରର ଅପାରଗତାରୁ କାମ ହେଲା ଅଧାପନ୍ତରିଆ
୨୦୦୫-୦୬ରେ ମଞ୍ଜୁର ହୋଇଥିଲା ୧୪୦ କୋଟି ଟଙ୍କା
ଖର୍ଚ୍ଚ ସରିଲାଣି 80 କୋଟି, ତଥାପି ଅନିଶ୍ଚିତତା ମଧ୍ୟରେ ପ୍ରକଳ୍ପ
ଅବହେଳା ଯୋଗୁଁ ସଙ୍କୁଚିତ ହେବା ସହ ପୋତି ଗଲାଣି ନଦୀ
ପାଣି ଆସୁନଥିବାରୁ ଜଳସେଚନରୁ ବଞ୍ଚିତ ୨୫ ପଞ୍ଚାୟତର ଚାଷୀ

ପାଦ ବୁଡୁନଥିବା ପାଣି,ଉପରକୁ ଦେଖାଯାଉଛି ମାଟି। ଆପଣ ଭାବୁଥିବେ ସେଠି କୌଣସି ନାଳ ପ୍ରବାହିତ ହେଉଛି, ଯେଉଁଠି ରହିଛି ପାଣି ଝର। ନାଁ ଆପଣଙ୍କ ଧାରଣା ବିଲକୁଲ୍ ଭୁଲ୍। ତାହା କୌଣସି ନାଳ ନୁହେଁ ନଦୀ। ଭଦ୍ରକର ସାଳନ୍ଦୀ ନଦୀ । ଯାହାକୁ କୁହାଯାଏ ଜିଲ୍ଲାର ଜୀବନରେଖା । ବିଜେଡି ଶାସନର ଅପାରଗତା ଓ ଲଗାତାର ପ୍ରଶାସନିକ ଅବହେଳା ଫଳରେ ସାଳନ୍ଦୀ ନଦୀ ଏବେ ମୃତପ୍ରାୟ। ଯେଉଁ ନଦୀର ପୁନରୁଦ୍ଧାର ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି ତାର ଏମିତି ଅବସ୍ଥା ଯେତିକି ଚିନ୍ତାଜନକ, ଭଦ୍ରକର ଭବିଷ୍ୟତ ଦୃଷ୍ଟିରୁ ସେତିକି ବିପଜ୍ଜନକ।

ଦଶନ୍ଧି ଦଶନ୍ଧି ଧରି ପୋତି ହୋଇ ପଡ଼ିଥିଲା ସାଳନ୍ଦୀ ନଦୀର ଗର୍ଭ । ୧୯୯୯ ପ୍ରଳୟଙ୍କରୀ ବନ୍ୟାରେ ସାଳନ୍ଦୀ କୂଳବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ସାଳନ୍ଦୀ ସଂସ୍କାର ଯୋଜନା । ୨୦୦୫-୦୬ରେ ୯୯ କୋଟି ଟଙ୍କା ମଞ୍ଜୁର ପରେ କାମ ଆରମ୍ଭ ହୋଇ ୨୦୧୧ ପର୍ଯ୍ୟନ୍ତ ଚାଲିଥିଲା। ପରେ ୧୪୪ କୋଟିକୁ ବଢ଼ିଲା ବ୍ୟୟବରାଦ । ନଦୀ ଖୋଳା, ନଦୀବନ୍ଧ ନିର୍ମାଣ, ଜମି ଅଧିଗ୍ରହଣ ବାବଦକୁ ୩୯ କୋଟି, ଦଶମୌଜା ଓ ଗୋପାଳିଆ କେନାଲ ଖନନ ବାବଦକୁ ୮୦ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ନଦୀ ସଂସ୍କାର ଯୋଜନା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଠିକ୍‌ ଭାବେ କାମ ହେଉନଥିବାରୁ ଦଳ ଭର୍ତ୍ତି ହେବା ସହ ଅପରିଷ୍କାର ହୋଇପଡିଛି ପାଣି । ନଦୀ ସଙ୍କୁଚିତ ହୋଇ ପୋତି ହୋଇଗଲାଣି । ପ୍ରତିବର୍ଷ ଦଳ ସଫା, ନଦୀଜଳକୁ ପ୍ରଦୂଷଣମୁକ୍ତ କରିବା, କୂଳ ବନ୍ଧ ସୁରକ୍ଷା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ।

ସେପଟେ ସାଳନ୍ଦୀ ନଦୀ ଜଳ ପୂର୍ବ ଅପେକ୍ଷା ବହୁମାତ୍ରାରେ କମିଗଲାଣି । ଫଳରେ ବନ୍ତ ବ୍ଲକ‌ର ୬, ଭଦ୍ରକର ୧୦, ତିହିଡ଼ିର ୭ ଓ ଚାନ୍ଦବାଲିର ୨ ପଞ୍ଚାୟତର ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ । ନଦୀଗର୍ଭ ଜବର ଦଖଲ ସାଙ୍ଗକୁ ବେଆଇନ ବାଲି ଉଠାଣ ବଢ଼ିଚାଲିଛି। ଅଳିଆ ଆବର୍ଜନା ସଫେଇ ହେଉନଥିବା ବି ପାଲଟିଛି ଅନ୍ୟତମ ପ୍ରମୁଖ ସମସ୍ୟା । ସାଳନ୍ଦୀ କେନାଲ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସାଳନ୍ଦୀ ନଦୀର ସଂସ୍କାର ଯୋଜନାରେ ଆହୁରି ଅର୍ଥ ଆବଶ୍ୟକ ପଡୁଥିବାରୁ କାମ ଅଧାରୁ ବନ୍ଦ ହୋଇ ପଡ଼ିରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
half-hearted-work-due-to-bjd-governments-incompetence | Argus News