Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ସୁନା ପରି ରୂପାରେ ହେବ ହଲମାର୍କିଂ

Rashmita Mishra
Browse all articles by Rashmita Mishra
·1 year ago
 ଖୁବଶୀଘ୍ର ସୁନା ପରି ରୂପାରେ ହେବ ହଲମାର୍କିଂ

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ସୁନା ପରି ରୂପାରେ ହେବ ହଲମାର୍କିଂ । ରୂପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି । ଏନେଇ ଭାରତୀୟ ମାନକ ବ୍ୟୁରୋକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଦେଶର ବିଭିନ୍ନ ରାଜ୍ୟରେ ରୂପା ଗହଣା କ୍ରୟ ସମୟରେ ଗ୍ରାହକ ଠକାମୀର ଶିକାର ହେଉଥିବା ଅଭିଯୋଗ ଆସୁଥିବାରୁ ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଦାବି ହେଉଛି । ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ରୂପାରେ ହଲମାର୍କିଂ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍‌ ପ୍ରସ୍ତୁତ ହୋଇପାରିବ। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ସୁନା ଅଳଙ୍କାରରେଛଅ ସଂଖ୍ୟା ବିଶିଷ୍ଟ କୋଡ୍‌ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hallmarking-will-soon-be-done-on-silver-like-gold | Argus News