Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରୁ ମିଳିଲା ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଘରୁ ମିଳିଲା ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ

ରଙ୍ଗର ପର୍ବ ହୋଲିରେ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ମିଳିଲା ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ। ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୋଟିଏ ଘରୁ ମିଳିଛି ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହ।

ଘଟଣାନେଇ ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ ପୁରୁଷ ଜଣଙ୍କ ଅଟୋ ଡ୍ରାଇଭର ବୋଲି ଜଣାପଡିଛି ଏବଂ କୌଣସି କାରଣ ନେଇ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ସନ୍ଦେହ ଜନକ ଅବସ୍ଥାରେ ଘରୁ ମିଳିଲା ଦୁଇଟି ଝୁଲନ୍ତା ମୃତଦେହ । ଛାତ ଉପରେ ଥିବା ଆଜବେଷ୍ଟସ୍ ଘରୁ ପୁରୁଷ ଏବଂ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚିଲା ବେଳକୁ ଖୋଲା ଥିଲା ଘର । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ସହ ପରିଚୟ ଜଣାପଡିନଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hanging-bodies-of-man-and-woman-found-in-house | Argus News