Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Key Points

CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରଖଣ୍ଡରେ କାର୍ଯରତ ଥିବାବେଳେ ଘରକୁ ଛୁଟିରେ ଆସିଥିଲେ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଲରମ୍ଭା ଥାନା ଘସିଆନ ଗାଁ ନିକଟରୁ ମୃତଦେହ ଠାବ ହୋଇଛି । ମୃତକ ଭକ୍ତରାମ ଭୋଇ । ସେ ଝାରଖଣ୍ଡରେ କାର୍ଯରତ ଥିବାବେଳେ ଘରକୁ ଛୁଟିରେ ଆସିଥିଲେ । ଗତ ୧୬ ତାରିଖ ଶୁକ୍ରବାର ଦିନ ନିଜ କାର୍ଯ୍ୟସ୍ଥଳୀକୁ ବାହାରିଥିବାବେଳେ କେହି ଜଣେ ଫୋନ କରି ଡାକିବାରୁ ସେ କେଉଁଆଡେ ବାହାରି ଯାଇଥିଲା । ତାପରଠୁ ନିଖୋଜ ଅଛନ୍ତି ଭକ୍ତରାମ । ପରିବାର ତରଫରୁ ଗତକାଲି ନିଖୋଜ ମାମଲା ରୁଜୁ ହୋଇଥିଲା । ଆଜି ସକାଳୁ ଗ୍ରାମବାସୀ ଶୌଚ ହେବା ପାଇଁ ଯାଇଥିବାବେଳେ ଗାଁ ନିକଟ ଲିମ୍ବ ଗଛରେ ଯବାନଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ ।


ମୃତଦେହର ଆଣ୍ଠୁ ତଳେ ଲାଗିଥିବାରୁ ପରିବାର ଲୋକ ଆତ୍ମହତ୍ୟାକୁ ବିଶ୍ୱାସ କରିପାରୁନଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୂର୍ବରୁ ପ୍ରେମ ସମ୍ପର୍କ ନେଇ ହତ୍ୟା ଧମକ ଦିଆଯାଉଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୃତକଙ୍କ ବାପ ଦୁଲ୍ଲଵ ଭୋଇ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hanging-body-of-crpf-jawan-recovered-investigation-underway | Argus News