ହଂସିତାଙ୍କ ସଂପତ୍ତି ୧୧୦ କୋଟି , ନିଜର ବୋଲି ମାନିଲେ ୬୫କୋଟି

Key Points
ହଂସିତାଙ୍କ ସଂପତ୍ତି ୧୧୦ କୋଟି
୬୫କୋଟି ନିଜର ବୋଲି ମାନିଲେ ହଂସିତା
୨ଟି BMW, ଗୋଟିଏ ଜାଗୁଆର, ଗୋଟିଏ ଲାଣ୍ଡ ରୋଭର ଓ ପୋରସେ ତାଙ୍କର
ସୁନ୍ଦର ଦିଶିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ହଂସିତା
୧୦୭କିଲୋରୁ ହୋଇଯାଇଥିଲେ ୭୦ କେଜି
ବଡ଼ ବଡ଼ କର୍ପୋରେଟ ସଂସ୍ଥା ଠାରୁ ଆଣିଛନ୍ତି ଟଙ୍କା
କର୍ପୋରେଟ ସଂସ୍ଥାର ବଡ଼ ଅଧିକାରୀ ଙ୍କ ସହ ରହିଛି ସିଧା ସମ୍ପର୍କ
ନେତାଙ୍କ ସହ ଅର୍ଥନୈତିକ କାରବାର ନେଇ ଖୋଳ ତାଳ କରୁଛି IT
ଚର୍ଚ୍ଚାରେ ପୂର୍ବ ସରକାରର ଜଣେ ମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ହଂସିତା। ଆଉ ପ୍ଲାଷ୍ଟିକ ସର୍ଜରୀ ପରେ ଇଏ ହେଉଛନ୍ତି ଏବେର ହଂସିତା। ହାଇପ୍ରୋଫାଇଲ ଠକ ହଂସିତା କୁ ନେଇ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ।। ହଂସିତାଙ୍କ ଓଜନ 107 କିଲୋ ରୁ 70କିଲୋ ଖସି ଆସିଥିଲା. ଚେହରା ମଧ୍ୟ ଭଲ କରିବା ପାଇଁ ସେ ସର୍ଜରୀ କରିଥିଲେ. ଲିପୋସକସନ ସର୍ଜରୀ ରେ ପକସ୍ଥଳୀ, ଅଣ୍ଟା ତଳ ଭାଗ, ଜଙ୍ଘ, ହାତ ଓ ବେକ ପାଖରୁ ଚର୍ବି କୁ ବାହାର କରାଇଥିଲେ। ଏହି ପକ୍ରିୟା କୁ କଣ୍ଟରିଂ କୁହାଯାଏ।
ହଂସିତାଙ୍କ ସଂପତ୍ତିକୁ ନେଇ ଅର୍ଗସ ହାତରେ ଲାଗିଛି ଅନେକ ତଥ୍ୟ। ହଂସିତାଙ୍କ ସଂପତ୍ତି 110 କୋଟି, 65 କୋଟି ନିଜର ବୋଲି ମାନିଲେ ହଂସିତା । ତେବେ କାହା ପୃଷ୍ଠପୋଷକତାରେ ହଂସିତା ତାଙ୍କ ସଂପତ୍ତି ବଢାଇଥିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ସନ୍ଦେହ ଘେରକୁ ଆସିଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ।
ସେପଟେ ଆୟକର ବିଭାଗ, ବ୍ଲାକ ମନି, ବେନାମି ସମ୍ପତିର ଉତ୍ସ ବାହାର କରିବା ପାଇଁ ଉଦ୍ୟମ କରୁଛି | 4 ଦିନ ହେବ ଘାଣ୍ଟୁଛି ଆୟକର ବିଭାଗ। ଚଢ଼ଉ ବେଳେ ସାମ୍ନାକୁ ଆସିଛି ଅଚଳାଚଳ ସମ୍ପତ୍ତିର ଗୁମର। ବିପୁଳ ସୁନା ଅଳଙ୍କାର। ଗୁରୁତ୍ୱପୂର୍ଣ କାଗଜ ପତ୍ର, ନଗଦ ଟଙ୍କା ଏବଂ ଡିଜିଟାଲ ଡିଭାଇସ। ଏବେବି ୨ ସ୍ୱାମୀ ଏବଂ 4ଟି କମ୍ପାନୀରେ ଖୋଳତାଡ କରୁଛି ଆୟକର ବିଭାଗ। ଅନିଲଙ୍କର ରହିଛି ଅନିଲ ମହାନ୍ତି କମ୍ପାନୀ | ହାରର୍ଦିଉଇକ ଇମଫ୍ରା ପ୍ରାଇଭେଟ ଲିମିଟେଡ଼। ମନୋଜଙ୍କ ନାଁରେ ରହିଛି ସିମାଞ୍ଚଳ ଆଚାର୍ଯ୍ୟ କମ୍ପାନୀ। ସରୋଜଙ୍କ ନାଁରେ ରହିଛି ସାଇ ଆଁସ କମ୍ପାନୀ। ତା ଭିତରୁ 3ଟି GST କମ୍ପାନୀ ଥିବା ବେଳେ ଗୋଟିଏ ROCରେ ପଞ୍ଜିକୃତ ରହିଛି।
2023 ମସିହାରେ ଏକ କୋଟି 85 ଲକ୍ଷ ଟଙ୍କାର ଦାମୀ ମର୍ସିଡ଼ିଜ ଗାଡି ଲୋନ ଆକାରରେ କିଣା ଯାଇଥିଲା। କମ୍ପାନୀ ଟଙ୍କା, କ୍ୟାସ ଏବଂ ନିଜ ଆକାଉଣ୍ଟରୁ ଟଙ୍କା 85ଲକ୍ଷ ଟଙ୍କା ଦିଆଯାଇଥିଲା। ସେହିଭଳି ଜବତ ଫୋରସେ ଗାଡିର ଦାମ ଅଢେଇ କୋଟି ଟଙ୍କା ହୋଇଥିବା ବେଳେ ନଗଦ ଆକାରରେ କିଣାଯାଇଥିଲା | ଉକ୍ତ କାରକୁ ଅନିଲଙ୍କ ଜନ୍ମ ଦିନରେ ହଂସୀତା ଉପହାର ଦେଇଥିବା ଚର୍ଚ୍ଚା ହେଉଛି।
