OBC Commission / ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର

Key Points
ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର
ରାଜ୍ୟ ଅତିଥି ଭବନରେ କରିବେ ଅଭିଯୋଗ ଶୁଣାଣି କରିବେ
ଓଡ଼ିଶା ଗସ୍ତରେ ଓବିସି କମିଶନ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର। ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯିବେ। ମହାପ୍ରଭୁଙ୍କ ଦର୍ଶନ ସାରି ଭୁବେନେଶ୍ଵର ଆସି ରାଜ୍ୟ ଅତିଥି ଭବନରେ କରିବେ ଅଭିଯୋଗ ଶୁଣାଣି। ଏହା ସହ ମୁଖ୍ୟ ଶାସନ ସଚିବଙ୍କ ସହ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ କମିଶନ। ପରେ କେନ୍ଦ୍ରାପଡ଼ା ଯାଇ ଜିଲ୍ଲା ପ୍ରଶାସନ ବୈଠକ କରିବା ସହ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନ କରିବେ।
ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଆମ ରାଜ୍ୟକୁ ତୁଳନା କଲେ, ଆମ ରାଜ୍ୟର ଅନେକ ପଛୁଆ ବର୍ଗ ଜାତୀୟ ତାଲିକାଭୁକ୍ତ ହୋଇ ପାରିନାହାନ୍ତି । ରାଜ୍ୟରେ ଯଦିଓ ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ, ତଥାପି ଅନେକ ପଛୁଆ ଜାତି ବର୍ଗ ଜାତୀୟ ପଛୁଆବର୍ଗ ତାଲିକାଭୁକ୍ତ ହୋଇନାହାନ୍ତି । ଫଳରେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଦ୍ଦିଷ୍ଟ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ପୂର୍ବ ରାଜ୍ୟ ସରକାରମାନେ ପଛୁଆବର୍ଗଙ୍କୁ ଯୋଜନାବଦ୍ଧ ଭାବେ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ। ୧୯୯୩ରେ ନବ ଦାସ କମିଶନ ସୁପାରିସ ପରେ ଦୀର୍ଘ ଦିନ ଧରି ଓଡିଶାରେ ଓବିସି କମିଶନ ଗଠନ ନ ହେବା ଏହାର ଅନ୍ୟତମ ପ୍ରମୁଖ କାରଣ। ବିଜେପି ତରଫରୁ ବାରମ୍ବାର ଦାବି ପରେ ପୂର୍ବ ସରକାର ଚାପର ବଶବର୍ତ୍ତୀ ହୋଇ ଯେଉଁ ଓବିସି କମିଶନ ଗଠନ କରିଥିଲେ, କିନ୍ତୁ ତାଙ୍କୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇ ନ ଥିଲା। ବଂଚିତ ଜାତି ବର୍ଗମାନଙ୍କୁ ଜାତୀୟ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ପାଇଁ ବିଜେପି ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର କେନ୍ଦ୍ରୀୟ କମିଶନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏପରିକି ଅନ୍ୟ ରାଜ୍ୟମାନଙ୍କରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରାବଧାନ ଥିଲେ ମଧ୍ୟ ଓଡିଶାରେ ତାହା କାର୍ଯ୍ୟକାରୀ ହେଉ ନ ଥିଲା। ମାତ୍ର ୨୦୨୪ରେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ଶିକ୍ଷା କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ପ୍ରଦାନ କରାଗଲା । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ (ଏସ୍ଇବିସି) ବର୍ଗର ଛାତ୍ରୀଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି।
ସମନ୍ୱିତ ଓ ସନ୍ତୁଳିତ ବିକାଶକୁ ଦୃଷ୍ଟିରେ ରଖି ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ସହ କମିଶନ ସଦସ୍ୟ, ସଚିବ ଏବଂ କମିଶନରର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ। ଏହି ଅବସରରେ କମିଶନ ଅଧ୍ୟକ୍ଷ ରାଜ୍ୟର ବିଭିନ୍ନ ଜାତିବର୍ଗଙ୍କଠାରୁ ସେମାନଙ୍କ ଦାବି ସଂପର୍କରେ ଶୁଣିବେ ଏବଂ ତଥ୍ୟ ସଂମ୍ବନ୍ଧିତ କାଗତପତ୍ର ଗ୍ରହଣ କରିବେ । ତେଣୁ ଯେଉଁ ଜାତିବର୍ଗମାନେ ଏହି ସଂପର୍କରେ ସେମାନଙ୍କ ଦାବୀ ଜଣାଇବାକୁ ଆଗ୍ରହୀ, ସେମାନଙ୍କ ସମାଜର ପ୍ରତିନିଧିମାନେ ଆସନ୍ତା ୨୯ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକାରେ ରାଜ୍ୟ ଅତିଥି ଭବନଠାରେ ଉପସ୍ଥିତ ରହି କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।
📱 Get Argus News App
✨Related Topics
Explore more stories