ସୁରକ୍ଷା ବାହିନୀକୁ ବଡ଼ ସଫଳତା , ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ନିପାତ
·10 months ago·1 min read

Key Points
ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା
ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମୁଖଦେବ ଯାଦବ ନିହତ
ମୃତ ମାଓବାଦୀ TSPC ନକ୍ସଲି ସଂଗଠନର ସବ୍ ଜୋନାଲ କମାଣ୍ଡର ମୁଖଦେବ ଯାଦବ
ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମୁଖଦେବ ଯାଦବ ନିହତ । ମୃତ ନକ୍ସଲ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ପାଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୋଲିସର ମିଳିତ ଅପରେସନ୍ ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ।
ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ମାନାଟୁ ଜଙ୍ଗଲରେ ଟଳି ପଡ଼ିଲା TSPC ନକ୍ସଲି ସଂଗଠନର ସବ୍ ଜୋନାଲ କମାଣ୍ଡର ମୁଖଦେବ ଯାଦବ । ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ୱାକିଟକି ଓ ତିନୋଟି ମେଗାଜିନ ଜବତ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: