Videos
|
Odisha

ଲାଲ୍‌ବାହିନୀକୁ ବଡ଼ ଝଟ୍‌କା, ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଲାଲ୍‌ବାହିନୀକୁ ବଡ଼ ଝଟ୍‌କା, ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ

Key Points

ଲାଲ୍‌ବାହିନୀକୁ ବଡ଼ ଝଟ୍‌କା
ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ
ସୁକୁମାରେ ୫, ନାରାୟଣପୁରରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ
ଦାନ୍ତେୱାଡ଼ାରେ ପୁଣି ୧୫ ଜଣ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲ୍‌ବାହିନୀକୁ ବଡ଼ ଝଟ୍‌କା । ଆତ୍ମସମର୍ପଣ କରୁଛନ୍ତି ହାର୍ଡକୋର୍ ମାଓବାଦୀ । ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦାନ୍ତେୱାଡ଼ା ଜିଲ୍ଲାରେ ପୁଣି ୧୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।


ଗତ ୨୦ ବର୍ଷ ଧରି ଏମାନେ ମାଓ ସଂଗଠନ ରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲେ । ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ SZCM ମାଓବାଦୀଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥ‌ିବାବେଳେ ମୋଟ ୨୫ ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ଼ ସରକାର ୧ କୋଟି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hardcore Maoists surrender | Argus News