Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାନ୍ସସର ସହ ଲଢୁଛନ୍ତି ହରିହର,ଆପଣଙ୍କ ଗୋଟିଏ ଟଙ୍କା ସାହାଯ୍ୟ ଜୀବନ ଦେବ ବଞ୍ଚାଇ

Sangram Tripathy
Browse all articles by Sangram Tripathy
·1 year ago·2 min read
କ୍ୟାନ୍ସସର ସହ ଲଢୁଛନ୍ତି ହରିହର,ଆପଣଙ୍କ ଗୋଟିଏ ଟଙ୍କା ସାହାଯ୍ୟ ଜୀବନ ଦେବ ବଞ୍ଚାଇ

ଅର୍ଗସ ବ୍ୟୁରୋ:ଔଷଧ କିଣିବାକୁ ପାଖରେ ଟଙ୍କାଟିଏ ନାହିଁ,କାର୍ଡରେ ପଇସା ବି ସରିଯାଇଛି,ଜମିବାଡିବି ଯାହା ଥିଲା ସବୁ ବିକ୍ରି ହୋଇଗଲାଣି,ଧାରକରଜ କରି ସବୁ ଟଙ୍କା ସରିଗଲାଣି ଏବେ ସବୁ ଯେମିତି ମହାଶୂନ୍ୟ,କେଉଁଠୁ ଟଙ୍କା ଆସିବ,ମୋ ପୁଅ ଭଲ ହେବ,କିଏ ଆମକୁ ପୋଷିବ ଆମ ମୁହଁରେ ଦାନା ଦେବ ଏଇ ବୟସରେ,ଭେଣ୍ଡିଆ ପୁଅ କ୍ୟାନ୍ସରରେ ପଡିବା ପରେ ସମସ୍ତଙ୍କୁ ହାତ ଯୋଡି ସାହାର୍ଯ୍ୟ ମାଗୁଛନ୍ତି ବୃଦ୍ଧ,ବାପା-ମା ,କହୁଛି କିଛି ସାହାଯ୍ୟ କର ମୋ ପୁଅ ବଞ୍ଚିଯିବ। ମା ଆଖି ଲୁହରେ ପଣତକାନି ଭିଜିଯାଉଛି। ସେ ବା ଆଉ ଏଇ ବୟସରେ କଣ ବା କରିପାରିବ,ସାହାଯ୍ୟ ମାଗିବା, ଆଉ ଭଗବାନକୁ ଡାକିବା ଛଡା ତାପାଖରେ ଆଉ କିଛି ରାସ୍ତା ନାହିଁ। ଆମେ କହୁଛୁଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ ରାଜେନ୍ଦ୍ରପୁର ପଞ୍ଚାୟତ କୋଟଶିରା ଗାଁର ବାଇଧର ସେଠୀଙ୍କ ଏକମାତ୍ର ରୋଜଗାରିଆ ପୁଅ ୩୨ ବର୍ଷୀୟ ହରିହର ସେଠୀ କଥା l ଏବେ ୬ମାସରୁ ଉର୍ଦ୍ଦ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ଭେଣ୍ଡିଆ ପୁଅ ବିଛଣାରେ ପଡିଯାଇନି ଯେ ପରିବାରର ରୋଜଗାର ଯେମିତି ଅଣ୍ଟୁମାଡି ତଳେ ପଡିଛି। ଏବେ କେବଳ ଭାଗ୍ୟ ଏବଂ ଭଗବାନଙ୍କ ଉପରେ ଭରଷା କରିବା ଛଡା ଅନ୍ୟ କିଛି ଉପାୟ ନାହିଁ I

କ୍ୟାନ୍ସସର ଏମିତି ରୋଗ ଯେ ଦିନ ମଜୁରିଆ ହରିହର ସେଠୀଙ୍କ ପରିବାରକୁ ଗ୍ରାସ କରିସାରିଛି,ପରିବାର ଲୋକେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ମାଧ୍ୟମରେ ଭୁବନେଶ୍ଵରସ୍ଥିତ କିମ୍ସ ହସ୍ପିଟାଲରେ ସେପ୍ଟେମ୍ବର ମାସରେ ହରିହରଙ୍କର ଅସ୍ତ୍ରୋପଚାର କରାଇଥିଲେ l ହେଲେ ଏବେ କାର୍ଡରେ ଟଙ୍କା ଧୀରେ ଧୀରେ ସରିବାକୁ ବସିଲାଣି ମେଡ଼ିସିନ୍  କିଣିବା ସହ ମାରାତ୍ମକ ରୋଗର ଉନ୍ନତମାନର ଚିକିତ୍ସା ପାଇଁ ଆଉ ପରିବାର ନିକଟରେ କିଛି ବି ଉପାୟ ନାହିଁ l ଆଉ ଏପଟେ ରୋଗ କବଳରୁ ମୁକ୍ତି ପାଇବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ହରିହର lଆପଣଙ୍କ ଗୋଟିଏ ଟଙ୍କା ସାହାଯ୍ୟ ମୋ ସ୍ବାମୀର ଜୀବନ ବଞ୍ଚାଇ ବୋଲି ହାତ ଯୋଡି ଓଡ଼ିଶାବାସୀଙ୍କୁ ସାହଯ୍ୟ ମାଗିଛନ୍ତି ହରିହରଙ୍କ ପତ୍ନୀ। ହରିହର ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ରୋଜଗାର ଉପରେ ପରିବାର ନିର୍ଭରଶୀଳ l ମାତ୍ର ତାଙ୍କର ଏପରି ଅବସ୍ଥା ଯୋଗୁଁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି l ହରିହରଙ୍କ ବାପାଙ୍କର ମଧ୍ୟ ପରିଣତ ବୟସ ହୋଇଥିବାରୁ ସେ ମଧ୍ୟ ଆଉ ରୋଜଗାର କରିବା ସମ୍ଭବ ହେଉନାହିଁ l ଏପରି ସ୍ଥିତିରେ ସରକାର,ସାମାଜିକ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତି ସହଯୋଗ କାମନା ଲାଗି ଅନୁରୋଧ କରିଛନ୍ତି ପରିବାର ଲୋକେ। 
 ଆପଣଙ୍କ ଗୋଟିଏ ଗୋଟିଏ ଟଙ୍କାର ସାହାଯ୍ୟ ବଞ୍ଚାଇବ ବହୁମୂଲ୍ୟ ଜୀବନ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Harihar is fighting cancer, your one rupee will save his life | Argus News