Videos
|
Odisha

ବୟସ ୮୩ ଟପିଲାଣି, ତଥାପି ଛାଡ଼ି ନାହାନ୍ତି ମାଗଣା ଶିକ୍ଷାଦାନ ନିଶା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବୟସ ୮୩ ଟପିଲାଣି, ତଥାପି ଛାଡ଼ି ନାହାନ୍ତି ମାଗଣା ଶିକ୍ଷାଦାନ ନିଶା

Key Points

ଶିକ୍ଷକତା ଚାକିରିରୁ ଅବସର ନେବାର ୨୦ ବର୍ଷ ବିତିଲାଣି କିନ୍ତୁ ଏବେ ବି ଜାରି ରଖିଛନ୍ତି ଶିକ୍ଷାଦାନ । ସ୍କୁଲ୍‌କୁ ଯାଉଛନ୍ତି, ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ଭଦ୍ରକ/ପାରାଦୀପ: ପରିଣତ ବୟସରେ ବି କମିନାହିଁ ଶିକ୍ଷାଦାନର ନିଶା । ଶିକ୍ଷକତା ଚାକିରିରୁ ଅବସର ନେବାର ୨୦ ବର୍ଷ ବିତିଲାଣି କିନ୍ତୁ ଏବେ ବି ଜାରି ରଖିଛନ୍ତି ଶିକ୍ଷାଦାନ । ସ୍କୁଲ୍‌କୁ ଯାଉଛନ୍ତି, ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାହା ପୁଣି ବିନା କୌଣସି ସ୍ୱାର୍ଥରେ, କୌଣସି ପାରିଶ୍ରମିକ ନ ନେଇ । ଏମିତି ଜଣେ ଶିକ୍ଷକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ହରିହର ରାଉତରାୟ ।


ପରିବାରର ସୁଖ ସ୍ୱାଛନ୍ଦ୍ୟ, ଆରାମ ଦାୟକ ଜୀବନ ଛାଡ଼ି, ଘରଠୁ ଦୂରରେ ରହି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ଆଜି ଗୁରୁ ଦିବସରେ ଜାଣିବା ସେହି ଶିକ୍ଷକଙ୍କ ବାବଦରେ । କେନ୍ଦ୍ରାପଡ଼ା ଜିଲ୍ଲାର ହରିହର ରାଉତରାୟ । ଏବେ ବୟସ ୮୩ ଡେଇଁଲାଣି । ୨୦୦୪ ମସିହାରୁ ଶିକ୍ଷକତା ଚାକିରିରୁ ଅବସର ନେଇଥିବା ହରିହର ଏବେ ବି ଥକି ନାହାନ୍ତି ।


ବୟସ ବଢ଼ିଥିଲେ ବି କମିନି ଶିକ୍ଷାଦାନ ପ୍ରତି ଥିବା ଆଗ୍ରହଣ । ଆଜି ବି ସରକାରୀ ସ୍କୁଲରେ ଜାରି ରଖିଛନ୍ତି ମାଗଣା ଶିକ୍ଷାଦାନ । ପାରାଦ୍ୱୀପ ଅଠରବାଙ୍କୀରେ ଥିବା ମାଆ ଅମ୍ବିକା ଉଚ୍ଚ ବିଦ୍ୟାଳୟରେ ବିନା କୌଣସି ପାରିଶ୍ରମିକରେ ପିଲାଙ୍କୁ ଇଂରାଜୀ ବିଷୟ ପଢ଼ାଉଛନ୍ତି ।


ଶିକ୍ଷକ ହରିହରଙ୍କର ଛଅ ସନ୍ତାନ । ପାଞ୍ଚ ଜଣ ପୁଅ ଓ ଜଣେ ଝିଅ । ସମସ୍ତେ ଉଚ୍ଚ ପ୍ରତିଷ୍ଠିତ । ବଡ଼ ପୁଅ ଦିଲୀପ ରାଉତରାୟ ଭଦ୍ରକ ଜିଲ୍ଲାପାଳ ଅଛନ୍ତି । ଦିଲୀପଙ୍କୁ ମିଶାଇ ତିନି ଜଣ ପୁଅ ପ୍ରଶାସନିକ ସେବା ଅଧିକାରୀ । ଏତେ ଉଚ୍ଚ ପ୍ରତିଷ୍ଠିତ ଓ ସମ୍ପନ୍ନ ପରିବାର ଥାଇ ବି ପରିଣତ ବୟସରେ ଆରମ ଦାୟକ ଜୀବନ ଛାଡ଼ି ଦେଶର ଆଗାମୀ ପିଢ଼ିଙ୍କୁ ଆଦର୍ଶ ଶିକ୍ଷାଦାନ କରିବାରେ ନିଜକୁ ନିମଗ୍ନ ରଖିଛନ୍ତି ଶିକ୍ଷକ ହରିହର ରାଉତରାୟ । ଶିକ୍ଷାଦାନ ସହ ସଙ୍ଗୀତ ଓ ପୁସ୍ତକ ଲେଖିବାରେ ରହିଛି ହରିହରଙ୍କ ରୁଚି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅସୁସ୍ଥତା ପାଇଁ ଏବେ ବଡ଼ପୁଅ ଭଦ୍ରକ ଜିଲ୍ଲାପାଳଙ୍କ ପାଖରେ ଭଦ୍ରକରେ ଥିବା ହରିହର ସାରଙ୍କୁ ଗୁରୁ ଦିବସ ଅବସରରେ ମନେ ପକାଉଛନ୍ତି ତାଙ୍କ ସ୍କୁଲର ଛାତ୍ରଛାତ୍ରୀ ଓ ସହକର୍ମୀ । ବର୍ତ୍ତମାନର ଅର୍ଥ ସର୍ବସ୍ୱ ଦୁନିଆରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଗଣା ଶିକ୍ଷାଦାନ କରି ନିଆରା ଉଦାହରଣ ସୃଷ୍ଟି କରିଥିବା ଶିକ୍ଷକ ହରିହର ରାଉତରାୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

83-Year-Old Retired Teacher Continues Free Teaching Without Pay in Odisha | Argus News