Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହରିଜନ କଲୋନୀ କୁ ଅପହଞ୍ଚ ଯୋଜନା

Odisha

ହରିଜନ କଲୋନୀ କୁ ଅପହଞ୍ଚ ଯୋଜନା

Rashmita Mishra
Browse all articles by Rashmita Mishra
·1 year ago·2 min read
ହରିଜନ କଲୋନୀ କୁ ଅପହଞ୍ଚ ଯୋଜନା

ଅର୍ଗସ ବ୍ୟୁରୋ: ପାଲଟଣା ଘରର ଗାଁ..ଯୁଆଡେ ଦେଖ ପାଲଟଣା କଚ୍ଚାଘର। ପକ୍କାଘର କଣ ପୁରୁଣା ଧୋତି ଓ ଶାଢ଼ୀକୁ ଓହଳାଇ ରହୁଛନ୍ତି ପରିବାର ! ଜଣେ କି ଦୁଇ ଜଣ ନୁହେଁ ଗାଁର ୨୪ ପରିବାର ପାଖରେ ଅହଞ୍ଚ ସରକାରୀ ଯୋଜନା। ସରକାରଙ୍କ ପକ୍କାଘର ଯୋଜନା ଆଜିବି ଏମାନଙ୍କ ପାଇଁ ସତସପନ। ରହୁଥିବା ଘରର ଅବସ୍ଥା ଆଖିରେ ଦେଖିଲେବି ବିଶ୍ବାସ ହେବନି। ଝାଟିମାଟିର କଚ୍ଚାଘରେ ଗରିବ ହିତାଧିକାରୀ ଏମିତି ରହୁଛନ୍ତି ଯେମିତି ଗୁହାଳରେ ରୁହନ୍ତି ଗୋରୁଗାଇ। ମାତ୍ର ବିକଳ୍ପ ନଥିବାରୁ ଏଠାରେ ବର୍ଷ ବର୍ଷ ଧରି ରହୁଛନ୍ତି ଗରିବ ହିତାଧିକାରୀ।  

ମୟୂରଭଞ୍ଜ ହଳଦା ଗାଁର ହରିଜନ କଲୋନୀ । 1977  ମସିହାରେ ଇନ୍ଦିରା ଗାନ୍ଧୀ ରାଇରଙ୍ଗପୁର ଆସିଥିବା ସମୟରେ  ଗଢି ଉଠିଥିଲା ଏହି ହରିଜନ କଲୋନୀ । ଉଦ୍ଦେସ୍ୟ ଥିଲା ସାହିବାସୀଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା। ମାତ୍ର ମୁଖ୍ୟଶ୍ରୋତ କଣ ଏବେ ମୌଳିକ ସୁବିଧା ଟିଏ ବି ଏମାନଙ୍କ ପାଖରେ ଅପହଞ୍ଚ।  ଏବେ କଲୋନୀରେ ରହୁଛନ୍ତି 24 ହରିଜନ ପରିବାର।  ସାହିବାସୀ ରହୁଥିବା ଘର ଅବସ୍ଥା ଏମିତି ଯେହା ନ ଦେଖିଲେ ବିଶ୍ବାସ ହେବନି। ନା ଅଛି ପକ୍କାଘର ନା ହୋଇଛି ବିଦ୍ୟୁତ ସଂଯୋଗ । ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ସାହିବାସୀ। ପୂର୍ବ ସରକାର ଯୋଗ୍ୟ  ହିତାଧିକାରୀଙ୍କୁ ଆବାସ ନ ଦେଇ ଦଳ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଖାଲି ଆବାସ କାହିଁକି ଆଜି ପର୍ଯ୍ୟନ୍ତ ପୁରା ହରିଜନ ସାହିର ସାମାଜିକ, ଆର୍ଥିକ ଓ ଶାରୀରିକ ସ୍ଥିତି ସ୍ବଚ୍ଛଳ ହୋଇ ପାରୁନାହିଁ। ଏମିତିକି ଖାଦ୍ୟ ଅଭାବରୁ ବହୁ ଶିଶୁ ଅପପୁଷ୍ଟିରେ ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସାହିବାସୀ ।  ଅପହଞ୍ଚ ଯୋଜନା ଅପହଞ୍ଚ ସହାୟତା। ନାହିଁ ନାହିଁରେ ଜୀବନ ବଞ୍ଚୁଛନ୍ତି ହରିଜନ ସାହିବାସୀ। ୨୫ ବର୍ଷର ପୂର୍ବ ସରକାରଙ୍କ ବିକାଶ ବାହାସ୍ପୋଟ ଏମାନଙ୍କ ପାଇଁ ପାଲଟିଛି ଉପହାସ...ଏବେ ସରକାର ବଦଳିଛି ଆଶା ରଖିଛନ୍ତି ନୂଆ ସରକାର ଦୁଃଖ ସୁଣିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Harijan Colony Access Plan | Argus News