Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cloudburst: ହରିଶଙ୍କରରେ ବାଦଲ ଫଟା ବର୍ଷା ! ଝରଣା ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଯିବା ପାଇଁ ବାରଣ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Cloudburst: ହରିଶଙ୍କରରେ ବାଦଲ ଫଟା ବର୍ଷା ! ଝରଣା ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଯିବା ପାଇଁ ବାରଣ

Key Points

ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ଦେଶରେ ପ୍ରବଳ ବର୍ଷା ହୋଇଛି । ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାହାଡ଼ ଉପରୁ ଭାଗରୁ ପାଣିର ସୁଅ ମାଡ଼ି ଆସୁଛି ।

ପାଟଣାଗଡ଼ (ବଲାଙ୍ଗିର): ବଲାଙ୍ଗିର ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ହରିଶଙ୍କରରେ ଆଜି ପ୍ରବଳ ବର୍ଷା ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ଦେଶରେ ପ୍ରବଳ ବର୍ଷା ହୋଇଛି । ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାହାଡ଼ ଉପରୁ ଭାଗରୁ ପାଣିର ସୁଅ ମାଡ଼ି ଆସୁଛି । ତେଣୁ, ହରିଶଙ୍କରରେ ବାଦଲ ଫଟା ବର୍ଷା ହୋଇଥିବା ଆଶଙ୍କା କରାଯାଇଛି ।


ଏଥିସହ ପଢ଼ନ୍ତୁ: Rain Alert: ସପ୍ତାହେ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା; ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କତା ଜାରି


ପ୍ରବଳ ବର୍ଷା ଫଳରେ ଶୈବପୀଠର ଚାରିଆଡ଼େ ଜଳମଗ୍ନ ହୋଇ ଯାଇଥିଲା । ଏହି ବଡ଼ ଧରଣର ବର୍ଷା ସନ୍ଧ୍ୟା ସମୟରେ ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷା ଫଳରେ ହରିଶଙ୍କର ଝରଣା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପ୍ରବଳ ପାଣି ସୁଅ ଦେଖିବାକୁ ମିଳିଛି । ଫଳରେ ପର୍ଯ୍ୟଟକଙ୍କୁ ଏବେ ଝରଣା ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଯିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ବାରଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଲାଙ୍ଗିର ଜିଲ୍ଲାରେ ଆଜି ପ୍ରବଳ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଥିଲା । ତେବେ ହରିଶଙ୍କରରେ ପ୍ରକୃତରେ କେତେ ପରିମାଣର ବର୍ଷା ରେକର୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । ହରିଶଙ୍କର ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବାଦଲ ଫଟା ବର୍ଷା ହୋଇଥାଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।


ତେବେ କୌଣସି ପାହାଡ଼ିଆ ଅଞ୍ଚଳରେ ଘଣ୍ଟାଏ ମଧ୍ୟରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେଲା ତାହାକୁ ବାଦଲ ଫଟା ବର୍ଷା କୁହାଯାଇଥାଏ । ରବିବାର ବଲାଙ୍ଗିରରେ ସର୍ବାଧିକ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ହରିଶଙ୍କରରେ ବାଦଲ ଫଟା ବର୍ଷା ହୋଇଥିବା ଆଶଙ୍କା କରାଯାଉଛି ।

Sponsored
Cloudburst-like Heavy Rain in Harishankar, Balangir । Argus News | Argus News