Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hate Story: ବାରିପଟକୁ ପ୍ରେମିକ ଆସିଥିଲା ଦେଖା କରିବାକୁ, ପ୍ରେମିକା ବି ଯାଇଥିଲା; କିନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Hate Story: ବାରିପଟକୁ ପ୍ରେମିକ ଆସିଥିଲା ଦେଖା କରିବାକୁ, ପ୍ରେମିକା ବି ଯାଇଥିଲା; କିନ୍ତୁ...

Key Points

ରାତି ସେତେବେଳକୁ ୧୦ଟା ବିତି ସାରିଥିଲା
ଖୋଜିଥିଲେ, ଆମ୍ବ ଗଛ ମୂଳେ ପଡିଲା କାନ୍ଦବୋବାଳି
ରାତିରେ ଆସିଥିଲା ଦିନେଶ, ଦେଖାକରିବାକୁ ଯାଇଥିଲେ ଯୁବତୀ

ରାତି ୧୦ ଟା ବିତିଗଲା । ବାରିପଟକୁ ଶୌଚ ହେବାକୁ ଯାଇଥିବା ଯୁବତୀ ଫେରିନଥିଲେ । ଯେତେବେଳେ ଘର ଲୋକ ଖୋଜିବାକୁ ବାରିପଟକୁ ଯାଆନ୍ତି । ସେତେବେଳେ ଆମ୍ବଗଛ ମୂଳେ ପଡ଼େ କାନ୍ଦ ବୋବାଳି । କାରଣ ନିସ୍ତେଜ ଆଉ ଅଚେତ୍ ହୋଇ ପଡିଥାଏ ଘରର ବଢିଲା ଝିଅ । ସଙ୍ଗେ ସଙ୍ଗେ ବାଇକରେ ମେଡିକାଲ ନେଇ ଯାଆନ୍ତି । ଆଉ ଡାକ୍ତର କୁହନ୍ତି ଝିଅ ଆଉ ନାହିଁ । କିନ୍ତୁ କେମିତି ଓ କାହିଁକି ଝିଅର ମୃତ୍ୟୁ ହେଲା ? ଶୌଚ ହେବାକୁ ଯାଇ କେମିତି ଆମ୍ବଗଛ ମୂଳେ ମରି ପଡିଲା । ଜାଣିଲେ ପାଦତଳୁ ମାଟି ଖସିଯିବ । ପ୍ରେମ ଉପରୁ ଭରସା ତୁଟିଯିବ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁଡ଼ା ଗାଁରେ । ଆଉ ପୋଲିସ କରୁଛି ସିନ୍ ରିକ୍ରେସନ୍ ।


ପ୍ରେମର ଭରା ନଇରେ ଉବୁଟୁବୁ ହେଉଥିଲେ ପ୍ରେମୀ ଯୁଗଳ । ଗୋଟିଏ ଗାଁରେ ଘର । ରାତି ପାହିଲେ ଦୁହେଁ ଦେଖାଚାହାଁ । ଦୀର୍ଘଦିନ ଧରି ଉଭୟେ ଭଲ ପାଉଥିଲେ । କିନ୍ତୁ ସେଦିନ ସଂଧ୍ୟବେଳେ ବାରିପଟେ ଦେଖା କରିବାକୁ ଖବର ଦେଇଥିଲା ପ୍ରେମିକ ଦିନେଶ । ଆଉ ଅସ୍ତମା ବି ଘରେ ମିଛ କହି ସେହି ଟାଇମରେ ଚାଲିଯାଇଥିଲା । ହେଲେ ଏଥର ପ୍ରେମରେ ମିଠପଣ ନଥିଲା ବିଷ ଭରିଯାଇଥିଲା । କାରଣ ଦିନେଶର ବାହାଘର ଅନ୍ୟତ୍ର ଲାଗିଥିଲା ।


ଘଟଣାକୁ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ । ଅଲଗା ହେଇଯିବାକୁ ଚାହୁଁଥିଲା ପ୍ରେମିକ । କିନ୍ତୁ ପ୍ରେମରେ ସ୍ୱାର୍ଥ ଖୋଜିଥିବା ଦିନେଶକୁ ନିଜର କରିଥିବା ଅସ୍ତମା ଛାଡିବାକୁ ନାରାଜ ଥିଲା । ଆଉ ରାଗରେ ପ୍ରେମିକ ଦିନେଶ ଅନ୍ଧାର ରାତିରେ ଅସ୍ତମାର ବେକକୁ ଜୋରରେ ଚିପି ଧରିଥିଲା । ଦେଖିଲା ବେଳକୁ ଅସ୍ତମାର ଆଉ ନିସ୍ୱାଶ ଚାଲୁନଥିଲା । ଭୟରେ ରାତି ଅଧରେ ବିଲ ବାଡ ଡେଇ ଫେରାର ମାରିଥିଲା ଦିନେଶ । ଗହୀର ସେପଟ ରାସ୍ତାରେ ପ୍ରେମିକାର ଫୋନକୁ ଭାଙ୍ଗି ଫୋପାଡି ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶ୍ୱାସରେ ବିଷ ଭରିଥିବା ପିଶାଚ ପ୍ରେମିକକୁ ସନ୍ଦେହ କରିଥିଲା ପୋଲିସ । ଆଉ ଶେଷରେ ସତ ହୋଇଥିଲା ସନ୍ଦେହ । ରାତିର ସତ ମାନିଥିଲା ଦିନେଶ । ଏବେ ଦେଖାଉଛି କେଉଁଠି, କାହିଁକିଓ କେମିତି ଅସ୍ତମାକୁ ହତ୍ୟା କରିଥିଲା ପ୍ରତାରିତ ହତ୍ୟାକାରୀ ପ୍ରେମିକ ।


Sponsored
Hate Story: Boyfriend came to Back Side Of Home to meet girlfriend | Argus News