Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

Odisha

ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

Smruti Parija
Browse all articles by Smruti Parija
·1 year ago·2 min read
ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

Key Points

ସ୍ତ୍ରୀର ବେକ କାଟି ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ ।

ମାଲକାନଗିରି: ସ୍ତ୍ରୀର ବେକ କାଟି ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫା କୋଣ୍ଡା ଏମଭି - ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ଘଟାଇ ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡ଼ିଛି । ତେବେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଝିଅର ବାପା ଘର ଲୋକେ । ନ୍ୟାୟ ଦାବିରେ ଝିଅର ବାପା ଘର ଗ୍ରାମର ଶତାଧିକା ମହିଳା ପୁରୁଷ କାଲିମେଳା ଥାନାରେ ପହଁଚି ପ୍ରତିବାଦ କରିବା ସହ ଥାନା ଘେରାଉ କରିଛନ୍ତି ।


ସୂଚନା ଅନୁଯାୟୀ କାଲିମେଳା ଥାନା ଏମଭି ୬୬ ଗ୍ରାମର ନିପେନ ବିଶ୍ୱାସ ଏମପିଭି - 126 ଗ୍ରାମର ଜଗଦୀଶ ମଲ୍ଲିକଙ୍କ ଝିଅ ଶ୍ରୀତି ବିଶ୍ବାସକୁ ବିବାହ କରିଥିଲେ l ନିପେନ କାଲିମେଳା ବଜାରରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାନ୍ତି । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହୁଥିଲା । ଉଭୟ ପରିବାର ଲୋକ ସେମାନଙ୍କ ସମାଧାନ କରିବା ସହ ଗ୍ରାମବାସୀମାନେ ମଧ୍ୟ ବୈଠକ କରି ସ୍ଵାମୀ-ସ୍ତ୍ରୀ ଭଲରେ ରହିବା ପାଇଁ ପରାମର୍ଶ ଦେଇଥିଲେ । କିଛିଦିନ ତଳେ ଝିଅ ଶ୍ରୀତି ନିଜ ବାପା ଘରକୁ ଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାପା ଘରରୁ ନିପେନ ଶ୍ରୀତିକୁ ନେଇ ଆସିଥିଲା । ଶୁକ୍ରବାର ରାତିରେ ନିପେନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିପେନ ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀକୁ ଅତି ବିଭତ୍ସ ଭାବରେ କଟୁରୀରେ ହାଣି ହତ୍ୟା କରିଥିବା ଜଣାପଡିଛି । ଏହାପରେ ସ୍ଵାମୀ ନିପେନ କାଲିମେଳା ଥାନାରେ ଆତ୍ମସମର୍ପଣ କରିଛି । କାଲିମେଳା ପୁଲିସ ଘଟଣାର ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ସନ୍ଦେହ କରି ନୀତେନ ହତ୍ୟାକାଣ୍ଡ ଘଟାଇଥିବା କଥା କୁହା ଯାଉଛି ।


କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଲା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଶତାଧିକ ମହିଳା ପୁରୁଷ ଥାନାରେ ପହଁଚି ନାୟ ଦାବିରେ ପ୍ରତିବାଦ କରିଛନ୍ତି । ସୂଚନାନୁଯାୟୀ ମୃତ ଶ୍ରୀତିଙ୍କର ଦୁଇଟି ସନ୍ତାନ ଥିବାବେଳେ ବର୍ତ୍ତମାନ ସେ ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି ।

Argus Whatsapp Channel Mobile Top
Sponsored
hausband-brutually-killed-wife-in-kalimela-malkangiri | Argus News