ସାବିତ୍ରୀ ପାଇଁ ସ୍ତ୍ରୀ ପାଖକୁ ଆସିବା ବେଳେ ସ୍ବାମୀଙ୍କୁ ନେଇଗଲା ଯମ

Key Points
ସ୍ବାମୀଙ୍କୁ ନେଇଗଲା ଯମ
ସାବିତ୍ରୀ ପାଇଁ ସ୍ତ୍ରୀ ପାଖକୁ ଆସିବା ବେଳେ ସ୍ବାମୀଙ୍କୁ ନେଇଗଲା ଯମ । ଆଜିର ଦିନରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲାଠିପଡ଼ା ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ତିନିଟି ବାଇକ୍ ମୁହଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଜଣେ ଆହତ ହୋଇଛନ୍ତି ।
ମୃତକ ଜଣକ ହେଲେ ସିହମଦ୍ରନ ଗ୍ରାମର ବିରଞ୍ଚି ଭୂୟାଁ । ସେ ଭଞ୍ଜନଗରରୁ ସୋରଡା ଆସୁଥିବାବେଳେ ଲାଠିପଡ଼ା ଜଗନ୍ନାଥ ମନ୍ଦିରଠାରେ ଅନ୍ୟ ୨ଟି ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବିରଞ୍ଚିଙ୍କ ମୃତ୍ୟୁ ହୋଇଛି ।
📱 Get Argus News App
✨ପବିତ୍ର ସାବିତ୍ରୀ ବ୍ରତରେ ଏଭଳି ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୁଣ୍ଡ ପିଟି କାନ୍ଦୁଛନ୍ତି ସ୍ତ୍ରୀ । ସାବିତ୍ରୀ ପାଇଁ ଘରେ ଘରେ ପୂଜାର ମହୋଲ ଥିବାବେଳେ ମନ୍ଦିର ଗୁଡିକରେ ମଧ୍ୟ ଭିଡ ଲାଗିଛି । ସ୍ୱାମୀର ଦୀର୍ଘାୟୁ କାମନା କରି ଓଷା କରିଛନ୍ତି ସଧବା ନାରୀ । ହେଲେ ଏପରି ଏକ ସୁନ୍ଦର ଦିନରେ ଏହି ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି ।