Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ୱାମୀ ସାଜିଲା ସୈତାନ, ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା 

Odisha

ସ୍ୱାମୀ ସାଜିଲା ସୈତାନ, ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା 

Smruti Parija
Browse all articles by Smruti Parija
·1 year ago·2 min read
ସ୍ୱାମୀ ସାଜିଲା ସୈତାନ, ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା 

ଭୁବନେଶ୍ୱର:  ଜହ୍ଲାଦ ସ୍ୱାମୀର ଜଘନ୍ୟକାଣ୍ଡ । ସ୍ୱାମୀ ସାଜିଲା ସୈତାନ । ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା । ଦୁଇ ପ୍ରେମିକାଙ୍କ ସହ ମିଶି ସ୍ୱାମୀ ରଚିଥିଲା ଷଡ଼ଯନ୍ତ୍ର । ଏମ ଆର ସ୍ୱାମୀର ମର୍ଡର ପ୍ଲାନ । ପ୍ରେମ ପାଇଁ 4 ବର୍ଷର ପ୍ରେମ ବିବାହରେ ପଡିଲା ଜବନିକା । ହତ୍ୟାର ଖୁଲାସା କଲା ଶବ ବ୍ୟବଛେଦ ରିପୋର୍ଟ । ଛାତି ଥରାଇଦେଲା ଭଳି ରାଜଧାନୀରେ ଘଟିଛି ଘଟଣା । ଏଭଳି ଘଟଣାର ପର୍ଦ୍ଦାଫାଶ କରିଛି ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମାର, ଦୁଇ ସହଯୋଗୀ ରୋଜି ପାତ୍ର ଏବଂ ଇଜିତା ଭୂଇଁଆ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

ମୃତକ ଶୁଭଶ୍ରୀ ନାୟକ । ଘର ଖୋର୍ଦ୍ଧା ଅଞ୍ଚଳରେ । ଗତ 4ବର୍ଷ ତଳେ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାରଙ୍କୁ ପ୍ରେମ ବିବାହ କରିଥିଲେ । କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ବାପ ଘରେ ରହୁଥିଲେ ଶୁଭଶ୍ରୀ ନାୟକ । ଏହାରି ଭିତରେ ଇଜିତା ଭୂଇଁଆ ଏବଂ ରୋଜି ପାତ୍ରଙ୍କ ସହ ପ୍ରଦ୍ୟୁମ୍ନଙ୍କର ପ୍ରେମ ସମ୍ପର୍କ ହୋଇଥିଲା । ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସମସ୍ତେ ମିଶି ରଚିଥିଲେ ଷଡ଼ଯନ୍ତ୍ର । 28 ତାରିଖରେ ଶୁଭଶ୍ରୀଙ୍କୁ ଆଣି କେଶୁରା ଅଞ୍ଚଳର ଭଡ଼ା ଘରେ ରଖିଥିଲା । ପରେ ଭରତପୁର ଅଞ୍ଚଳର ଏକ ଘରକୁ ଆଣି ଭିତରପଟୁ ଲକ୍ କରିଦେଇଥିଲେ 3 ଅଭିଯୁକ୍ତ । 
ପ୍ରଥମେ ଶୁଭଶ୍ରୀକୁ ଜୋର ଜବରଦସ୍ତ ଇଜିତା ଇଞ୍ଜେକ୍ସନ ଦେଇଥିଲା । ପରେ ସ୍ୱାମୀ ପ୍ରଦ୍ୟୁମ୍ନ ଇଞ୍ଜେକ୍ସନ ଦେଇଥିଲା । ଶୁଭଶ୍ରୀ ବେହୋସ୍ ହେବା ପରେ ଏକ ଘରୋଇ ହସ୍ପିଟାଲକୁ ନେଇ ବିଷ ଖାଇଥିବା କଥା କହିଥିଲେ । ପରେ ଡାକ୍ତର ରିସିଭଡ଼ ଡେଥ ବୋଲି ଘୋଷଣା କରିଥିଲେ । ଶୁଭଶ୍ରୀଙ୍କ ଭେନ୍ ଏବଂ ବେକ୍ ରେ ନଖ ଚି଼ହ୍ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । 

ସେପଟେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳ ତାଡ କରିବ ପୋଲିସ । କେଉଁ ମେଡ଼ିସିନ ଦୋକାନରୁ ଆଣିଥିଲେ ନିଶା ଇଞ୍ଜେକ୍ସନ ? ଆଉ କେଉଁ କେଉଁ ମାନେ ଏଘଟଣାରେ ସମ୍ପୃକ୍ତି ଅଛନ୍ତି ତନାଘନା ତଦନ୍ତ କରିବ ପୋଲିସ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hausband-killed-wife-giving-anesthesia | Argus News