Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ରାଜଧାନୀର ହାୱାନା କ୍ଲବ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ, ପୋଲିସର ତଦନ୍ତ

Bikash Mohanty
Browse all articles by Bikash Mohanty
·3 months ago·2 min read
ରାଜଧାନୀର ହାୱାନା କ୍ଲବ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ, ପୋଲିସର ତଦନ୍ତ
Clash

Key Points

ରାଜଧାନୀରେ ପୁଣି ଏକ କ୍ଲବରେ ଗଣ୍ଡଗୋଳ
କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା
ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ
କ୍ଲବର ଶିଶିଟିଭି ଫୁଟେଜ ଜବତ କରିଛି ପୋଲିସ

ଭୁବନେଶ୍ବର୨୯/୩: ରାଜଧାନୀରେ ପୁଣି ଏକ କ୍ଲବରେ ଗଣ୍ଡଗୋଳ।। ଚନ୍ଦ୍ରଶେଖରପୁରରେ ଥିବା ହାୱାନା କ୍ଲବ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଘଣ୍ଟାଏ ଧରି ଦୁର୍ବୁତ୍ତ ମାନେ ଚଳାଇଥିଲେ ଉତ୍ପାତ। ସମ୍ବଲପୁର ଏବଂ ଗାଡକଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା। ସ୍ଥିତି ଆୟତ୍ତ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଓ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ସ୍ଥାନୀୟ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହା ସହ ଉକ୍ତ କ୍ଲବରେ ଲାଗିଥିବା ଶିଶିଟିଭି ଫୁଟେଜ ମଧ୍ୟ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

ରାଜଧାନୀରେ ବେପରୁଆ କ୍ଳବ ଓ ବାର୍। ରଙ୍ଗୀନ ଆଲୋକ ସାଙ୍ଗକୁ ଦୁମ୍ ଦୁମ୍ ଡିଜେ, ତାଳେ ତାଳେ ନାଚୁଛନ୍ତି ଯୁବତୀ। ନିୟମର ଉଡୁଛି ଧଜିଆ। ଖୁଲମଖୁଲା ଉଲ୍ଲଂଘନ ହେଉଛି ଅବକାରୀ ନିୟମ। ଏବେ  ଆକ୍ସନ ମୋଡ୍‌ରେ ବିଭାଗ। ଏବେ ଅମାନିଆଙ୍କୁ ସାବାଡ୍ କରିବ 'ବଡି କ୍ୟାମେରା'। ସରକାରୀ ନିୟମକୁ ବେଖାତିର କରି କେମିତି ଖୁଲମଖୁଲା ଡ୍ୟାନ୍ସ ବାର୍ ଚାଲିଛି, ତାହାର ନଗ୍ନ ଚିତ୍ର  ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଷ୍ଟେଜ୍ ଉପରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଗ୍ରାହକଙ୍କ ସିଧାସଳଖ ହାତକୁ ଟଙ୍କା ବଢାଇଦେବା, ଅବକାରୀ ବିଭାଗର କଟକଣାକୁ ଚ୍ୟାଲେଞ୍ଜ କରୁଛି। ଅବକାରୀ ନିୟମ ଅନୁଯାୟୀ ବାର୍ ଭିତରେ ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ରହିବା ଜରୁରୀ। ଷ୍ଟେଜ୍‌ର ଉଚ୍ଚତା ଓ ରେଲିଂ ୩ ଫୁଟ୍ ଏବଂ ଗ୍ରାହକଙ୍କ ଠାରୁ ୫ ଫୁଟ୍ ଦୂରତା ରହିବା ବାଧ୍ୟତାମୂଳକ। ଯୁବତୀଙ୍କ ଉପରେ ଟଙ୍କା ଉଡାଇବା ମନା, କେବଳ ମ୍ୟାନେଜରଙ୍କ ଜରିଆରେ ଟିପ୍ସ ଦିଆଯାଇପାରିବ। ଯୁବତୀଙ୍କ ପରିଚୟ ପତ୍ର ଓ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରିବା ବାର୍ ମାଲିକଙ୍କ ଦାୟିତ୍ୱ। କିନ୍ତୁ ବାସ୍ତବ ଚିତ୍ର କହୁଛି, ଏସବୁ ନିୟମ କେବଳ କାଗଜ କଲମରେ ସୀମିତ। ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ I ଆଉ ଚଳିବନି ବାର ମାନଙ୍କର ମନମାନି I ବିଳମ୍ବିତ ରାତ୍ରି ଯାଏଁ କିଏ ଖୋଲିଲେ କଡା ଆଭିମୁଖ୍ୟ ଗ୍ରହଣ କରିବ ବିଭାଗ I

ପଢନ୍ତୁ ଏହି ଖବରଦଣ୍ଡନାଚରେ ହେବନି ଅଶ୍ଲୀଳ ନୃତ୍ୟ, ନ ମାନିଲେ ହେବ ଆକ୍ସନ

ତେବେ ବିଭିନ୍ନ କ୍ଲବ ଓ  ବାର ମାନଙ୍କରେ ରହୁଥିବା ବାଉଁଶର ମାନଙ୍କୁ ସାବାଡ଼ କରାଯିବ ବୋଲି କହିଛନ୍ତି ଅବକାରୀ ଏସ୍‌ପି ଦେବାଶିଷ ପଟେଲ। ଅମାନିଆଙ୍କୁ ସାବାଡ୍ କରିବାକୁ ଏବେ ଅଣ୍ଟା ଭିଡିଛି ଅବକାରୀ ବିଭାଗ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅବକାରୀ ପୋଲିସ ବ୍ୟବହାର କରିବ 'ବଡି କ୍ୟାମେରା'। ଭୁବନେଶ୍ୱର ଓ ଖୋର୍ଦ୍ଧା ପାଇଁ ୨୦ଟି କ୍ୟାମେରା ପ୍ରଦାନ କରାଯାଇଛି। ରେଡ୍ ସମୟରେ ପୋଲିସ ସହିତ ହେଉଥିବା ଦୁର୍ବ୍ୟବହାର ଏବଂ ନିୟମ ଉଲ୍ଲଂଘନର ସମସ୍ତ ପ୍ରମାଣ ଏବେ ଏହି କ୍ୟାମେରାରେ କଏଦ ହେବ। ଭାଲେଣ୍ଟାଇନ ଡେ'ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିଲା ଏକ ବାର୍। ଖବର ପାଇ ରେଡ ପାଇଁ ଯାଇଥିଲା ଅବକାରୀ ବିଭାଗ। ହେଲେ ଅବକାରୀ ଟିମକୁ ମାଡ଼ ମାରିଥିଲେ ବାର୍ ର ବାଉନ୍ସର। ପରେ ବାର୍ ମ୍ୟାନେଜରଙ୍କୁ ଗିରଫ କରିବା ପରେ ରାଜଧାନୀର ଏହି ବାରକୁ ସିଲ କରିଥିଲା ଅବକାରୀ ବିଭାଗ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clash Outside Havana | Clash Outside Havana | Clash Outside Havana | Bhubaneswar: Clash Outside Havana Club & Bar in Chandrasekharpur Over Comment Issue | Argus News