Videos
|
Odisha

ସ୍କୁଲ ପାଇଁ ଚାଲିବାକୁ ପଡୁଛି ୫ କିଲୋମିଟର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସ୍କୁଲ ପାଇଁ ଚାଲିବାକୁ ପଡୁଛି ୫ କିଲୋମିଟର

କନ୍ଧମାଳ ଖଜୁରୀପଡ଼ା ବ୍ଲକ୍ ର ଦୁତିମେଣ୍ଡୀ ପଞ୍ଚାୟତ । ୧୮ ଟି ୱାଡ଼ କୁ ନେଇ ପଞ୍ଚାୟତ ଗଠନ ହୋଇଥିବା ବେଳେ ଲୋକସଂଖ୍ୟା ପ୍ରାୟ ୯୮୦ । କନ୍ଧ, ହରିଜନ ସଂପ୍ରଦାୟର ଲୋକମାନେ ଏଠିକାର ମୂଳ ବାସିନ୍ଦା । ମାତ୍ର ପଞ୍ଚାୟତର ଦୁଇ ତିନିଟି ଗାଁକୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ଗାଁକୁ ରାସ୍ତା ନାହିଁ । ପାହଡ ଜଙ୍ଗଲ ଭରା ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ଟକଲି ବିଜୁଳି ଗାଁ ଭଳି ଅନେକ ଗାଁ ଅଛି ଯେଉଁଠିକୁ ଯିବାକୁ ହେଲେ ପ୍ରାୟ ଚାରି ପାଞ୍ଚ କିଲୋମିଟର ଚାଲିଚାଲି ଯିବାକୁ ପଡ଼େ । ଘାଟି ଓ ପାଦ ଚଲା ରାସ୍ତା ହିଁ ଗମନାଗମନର ମୁଖ୍ୟ ମାଧ୍ୟମ ।

ରାସ୍ତା ସମସ୍ୟା ପାଇଁ ଗାଁରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଅପହଞ୍ଚ। ଗଞ୍ଜୁପଦରରେ ଏକ ଆଶ୍ରମ ବିଦ୍ୟାଳୟ ଅଛି ମାତ୍ର ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇ ପାରୁ ନାହାନ୍ତି । ଯେଉଁ ମାନେ ବି ସ୍କୁଲ ଯାଉଛନ୍ତି ସେମାନେ ଦିନ ଆସିଲେ ଦୁଇ ଦିନ ଆସୁ ନାହାନ୍ତି। ପଞ୍ଚାୟତରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ବସୁଧା ଯୋଜନା ଆଜିବି ଅପହଞ୍ଚ। ଗୋଟିଏ ଦୁଇଟି ଯାଗାରେ ନଳକୂପ ଥିବା ବେଳେ ସେଥିରୁ ବାହାରୁଥିବା ପାଁଇ ପିଇବା ଉପଯୋଗୀ ନୁହେଁ। ଏଭଳି ସ୍ଥଳରେ ପୋଖରୀ ଏକ ମାତ୍ର ବିକଳ୍ପ ହୋଇଥିବା ବେଳେ ଏହାର ପୁନରୁଦ୍ଧାର ହେଉ ନଥିବାରୁ ଏହା ପାଣି ମଧ୍ୟ ବ୍ୟବହାର ହୋଇ ପାରୁନି। ଅଙ୍ଗନୱାଡ଼ି ସେଣ୍ଟରରେ ବି ପାନୀୟ ଜଳ ନଥିବାରୁ ଅଧ କିଲୋମିଟର ଦୂରରୁ ପାଣି ଆଣି ରୋଷେଇ କରାଯାଉଛି।

ନାହିଁନାହିଁର ପଞ୍ଚାୟତ ଦୁତିମେଣ୍ଡି । ରାସ୍ତା, ପାନୀୟ ଜଳ, ଶିକ୍ଷା ଅଞ୍ଚଳର ପ୍ରଧାନ ସମସ୍ୟା । ବର୍ଷ ବର୍ଷ ଧରି ଲୋକେ ଏହି ସମସ୍ୟା ଭିତରେ ରୁନ୍ଧି ହେଉଥିବା ବେଳେ ସମସ୍ୟାର ସମାଧାନ କିନ୍ତୁ କରି ପାରି ନାଥିଲେ ପୂର୍ବ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
have to walk 5 kilometers to school | Argus News