Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାବିଲଦାରଙ୍କ ମୃତ୍ୟୁ ପଛର କାରଣ କଣ ?

Odisha

ହାବିଲଦାରଙ୍କ ମୃତ୍ୟୁ ପଛର କାରଣ କଣ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago
ହାବିଲଦାରଙ୍କ ମୃତ୍ୟୁ ପଛର କାରଣ କଣ ?

ଅର୍ଗସ ବ୍ୟୁରୋ : କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସର କୋଠରୀରୁ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବନ୍ଦ କୋଠରୀରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ହାବିଲଦାର ଜଣକ ଯାଜପୁର ବରୀ ଅଞ୍ଚଳର ତ୍ରିଲୋଚନ ସେଠୀ ।  ତ୍ରିଲୋଚନଙ୍କ ପରିବାର ନୂଆବଜ଼ାର ଅଞ୍ଚଳରେ ଭଡାରେ ରହୁଥିବାବେଳେ ସେ ଅଧିକାଂଶ ସମୟ ଘରକୁ ନଯାଇ ବାରାକରେ ରହୁଥିଲେ ।

ଗତକାଲି ଏସସିବି ମେଡିକାଲରେ ଡ୍ୟୁଟି ସାରି ବାଟାଲିୟନ ଫେରିଥିଲେ। ସକାଳୁ ବନ୍ଦଘରୁ ତ୍ରିଲୋଚନଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।  ତ୍ରିଲୋଚନ ରହୁଥିବା ୧ ନମ୍ବର ବାରାକରୁ ମୋବାଇଲ, ଡାଏରୀ ଓ କିଛି କାଗଜପତ୍ର ଜବତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Havildar found dead | Argus News