Videos
|
Odisha

ଅସହ୍ୟ ହେଲାଣି ତାତି, ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଅସହ୍ୟ ହେଲାଣି ତାତି, ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ

ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ପ୍ରବଳ ଖରାଯୋଗୁଁ ଆକ୍ତାମାକ୍ତା ରାଜ୍ୟବାସୀ। ଗତକାଲି 37 ଡିଗ୍ରୀ ଉପରେ ରହିଥିଲା ରାଜ୍ୟର 10 ସହର। 38.2 ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ । ସେହିପରି ଭୁବନେଶ୍ବରରେ 36.1 ଏବଂ କଟକରେ 34.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗିରରେ 38.1, ଅନୁଗୁଳରେ 37.9, ଟିଟିଲାଗଡ଼ରେ 37.6 ଡିଗ୍ରୀ ସହିତ ଭଦ୍ରକ ଓ ଝାରସୁଗୁଡ଼ା 37.5, ଯାଜପୁର 37.2 ଡିଗ୍ରୀ ବାରିପଦା, ସୋନପୁର ଓ ଭବାନୀପାଟଣାରେ ତାତି 37 ଡିଗ୍ରୀ ରେକର୍ଡ କରାଯାଇଛି।


ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Highest temperature record in Boudh | Argus News