Videos
|
Odisha

ଭିଜିଲାନ୍ସ ରେଡ୍‌, ପୌର ଅଧିକାରୀଙ୍କ ଘରେ ପୁଳା ପୁଳା ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭିଜିଲାନ୍ସ ରେଡ୍‌, ପୌର ଅଧିକାରୀଙ୍କ ଘରେ ପୁଳା ପୁଳା ଟଙ୍କା

ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ର ଚଢାଉ। ଖୋର୍ଦ୍ଧା -ଜଟଣୀ ପୌର ପରିଷଦ କାର୍ଯ୍ୟାଳୟ ସହ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ସୋରଡା ସ୍ଥିତ ପୈତୃକ ବାସଭବନ, ଧରାକୋଟ ବ୍ଲକ ସିଙ୍ଗିପୁରରେ ଥିବା ଭଉଣୀ ଘର ସମେତ ବ୍ରହ୍ମପୁର, ଜଟଣୀ, ଭୁବନେଶ୍ବର ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସହରର ଗୋବିନ୍ଦ ନଗର ଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ଚାଲିଛି ଚଢାଉ । ସେହିପରି ଲାଞ୍ଜିପଲ୍ଲୀ ଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଛି । କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।

ଗତ ୩ବର୍ଷ ମଧ୍ୟରେ ମାତ୍ରାଧିକ ଆୟ କରିଥିବା ସୂର୍ଯ୍ୟମଣିଙ୍କ ନାମରେ ଅଭିଯୋଗ ରହିଥିବା ସୂଚନା । ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଜଟଣୀ ମ୍ୟୁନିସିପାଲ ଇଞ୍ଜିନିୟର ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବାବୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି । ଏଥିରେ ୯ ଡିଏସପି ୪ ଇନସ୍ପେକ୍ଟର, ୧୩ ଜଣ ଏଏସଆଇ ଏବଂ ଅନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
he-odisha-vigilance-sleuths-on-tuesday-raided-the-house-and-office-of-executive-officer-and-municipal-engineer-surjyamani-pattajoshi-jatni-municipality-of-khord | Argus News