Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ

Odisha

ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ

Ritu Das
Browse all articles by Ritu Das
·1 year ago·2 min read
ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିୟର୍‌ ଆରମ୍ଭ ହୋଇଥିଲା। 23 ଡିସେମ୍ୱର 1958ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ସେ ତାଙ୍କ କ୍ୟାରିୟରରେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗଳା ଓ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।


ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ। ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ୧୯୭୯ରେ ଚିହ୍ନା-ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦ରେ ରାମାୟଣ, ରାମ ବଳରାମ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପୁଣି ୧୯୮୪ରେ ଦଣ୍ଡାବାଳୁଙ୍ଗା ତାଙ୍କୁ ଏକ ଭିନ୍ନ ପରିଚୟ ଦିଏ। ୧୯୯୦ରେ ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ବିଧିର ବିଧାନ ଓଡ଼ିଆ ଦର୍ଶକଙ୍କର ମନ ଛୁଇଁଛି। ଏଯୁଗର କୃଷ୍ଣସୁଦାମା, ମୁଁ ତତେ ଲଭ୍ କରୁଛି, ତୁମକୁ ପାରୁନି ଭୁଲି, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରୁଛି ପାଉଁଜି ତୋର, ବିଦ୍ୟାରାଣ ଭଳି ଚଳଚ୍ଚିତ୍ର ଦର୍ଶକମାନଙ୍କର ହୃଦୟକୁ ଛୁଇଁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି। ଉତ୍ତମ ମହାନ୍ତି ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୮୭ ମସିହାରେ ଓଲିଉଡ୍‌ ଅଭିନେତ୍ରୀ ଅପରାଜିତାଙ୍କୁ ବିବାହ କରିଥିଲେ। ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।

Sponsored
He was known at home for his stylish looks for his charming acting partner. | Argus News