ତେଲେଙ୍ଗାପେଣ୍ଠରେ ଓମଫେଡ୍ ଭ୍ୟାନକୁ ପିଟିଲା ହାଇୱା
·1 year ago

ଭୁବନେଶ୍ୱର: କ୍ଷୀରଗାଡିକୁ ପିଟିଲା ହାଇୱା । OMFED ହବ୍, ନରାଜରୁ ଫୁଲନଖରା ଯାଉଥିବା ସମୟରେ କଟକର ତେଲେଙ୍ଗାପେଣ୍ଠ ନିକଟରେ ଏକ ହାଇୱା ସହିତ ଦୁର୍ଘଟଣାଗ୍ରସ୍ତ ହୋଇଛି କ୍ଷୀର ଗାଡି । ଗାଡି ନମ୍ବର OR 02 BG 9163 ।
ଦୁର୍ଘଟଣାରେ କ୍ଷୀର ଭ୍ୟାନର ସହାୟକ ଭିତରେ ଫସି ଯାଇଥିଲେ । ବାରଙ୍ଗ FS କର୍ମଚାରୀମାନେ ଖବର ପାଇ ହାଇଡ୍ରୋଲିକ୍ କଟର ସାହାଯ୍ୟରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାସ୍ତା ସାରା କ୍ଷୀର ପଡିତିବା ଦେକିବାକୁ ମିଳିଛି । ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

