Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗମରେ ହେଲଥ୍ କ୍ୟାମ୍ପର ସୁବିଧା

Odisha

ଦୁର୍ଗମରେ ହେଲଥ୍ କ୍ୟାମ୍ପର ସୁବିଧା

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଦୁର୍ଗମରେ ହେଲଥ୍ କ୍ୟାମ୍ପର ସୁବିଧା

Key Points

ଦୁର୍ଗମରେ ପହଞ୍ଚିଲା ଚିକିତ୍ସା ସେବା 

ଲୋକେ ହେବେ ଉପକୃତ

ଦୁର୍ଗମରେ ପହଞ୍ଚିଲା ଚିକିତ୍ସା ସେବା । ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକର ମହୁଲକରକଚିଆ ଗାଁର ତଳସାହିରେ ଦିନିକିଆ ନିଶୁଳ୍କ ହେଲଥ୍ କ୍ୟାମ୍ପର ମେଡିକସ୍ ସଂଗଠନ ଓଡିଶା ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହେଲଥ୍ ୟୁନିଟ ଭାରତ ସେବାନ୍ୟାସ ସହଯୋଗୀତାରେଏକ ଦିନିଆ ନିଶୁଳ୍କ ହେଲଥ୍ କେମ୍ପ ଆୟୋଜନ କରାଯାଇଛି। ଯେଉଁଥିରେ ସାମ୍ରତିକ ସମୟରେ ବସ୍ତିରେ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ କରାଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜର ହାଉସ ସର୍ଜନମାନେ ଗାଁରେ କ୍ୟାମ୍ପକରି ଲୋକଙ୍କୁ ମାଗଣା ଚିକିତ୍ସା , ଔଷଧ ପ୍ରଦାନ କରିବା ସହ ସାମ୍ପ୍ରତିକ ହଇଜା , ଜଣ୍ଡିସ , ମେଲେରିଆ ଓ ଡେଙ୍ଗୁ ଭଳି ମହାମାରୀ ରୋଗରୁ କିପରି ନିଜକୁ ରକ୍ଷା କରାଯିବ ସେନେଇ ପରାମର୍ଶ ଦେଇଛନ୍ତି । ଡାକ୍ତରି ଚିକିତ୍ସା ସର୍ବପରି ଏହା ଏକ ସେବାକାର୍ଯ୍ୟ ଅଟେ । 


ଏଭଳି କରିବା ଦ୍ୱାରା ଦୁର୍ଗମରେ ବସବାସ କରୁଥିବା ଲୋକମାନେ ଚିକିତ୍ସା ପାଇପାରିବେ। ଯାହାଦ୍ୱାରା ଭିନ୍ନ ଭିନ୍ନ ରୋଗରୁ ରକ୍ଷା ପାଇପାରିବେ। ଉଚନ୍ନତମାନର ଚିକିତ୍ସା ଗାଁ ଗାଁରେ ଯୋଗେଇ ଦେବା ପାଇଁ ଏହା ଏକ ପ୍ରୟାସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
health-camp-facilities-in-durgam | Argus News