ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ; କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯାଆନ୍ତୁ ନାହିଁ

Key Points
ବୟସ୍କ, ମଧୁମେହ, କିଡନୀ ରୋଗୀ ଘରେ ରହି ରଥଯାତ୍ରା ଦେଖନ୍ତୁ
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 30ରେ ପହଁଚିଛି
କୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
ରାଜ୍ୟରେ ଗତକାଲି ସୁଦ୍ଧା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 30ରେ ପହଁଚିଛି । ଏବେ 23 ଟି ମାମଲା ଆକଟିଭ୍ ଥିବାବେଳେ 7 ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ଘରେ ରହି ଚିକିତ୍ସତ ହେଉଛନ୍ତି । କୋଭିଡକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ର ପକ୍ଷରୁ କଣ ଗାଇଡଲାଇନ ଆସିବ ତା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି ।
ସେପଟେ କୋଭିଡ ସ୍ଥିତି ମଧ୍ୟରେ ଆଗକୁ ରଥଯାତ୍ରା ଥିବାବେଳେ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ପରାମର୍ଶ ଦେଇଛନ୍ତି ଯେ ଯାହାର କୋଭିଡ ଭଳି ଲକ୍ଷଣ ଦେଖାଯାଉଛି ସେମାନେ ରଥଯାତ୍ରାକୁ ଆସନ୍ତୁ ନାହିଁ । ଏହାସହ ବୟସ୍କ ବ୍ୟକ୍ତି କିମ୍ବା ମଧୁମେହ ରୋଗୀ, କିଡ଼ନୀ ରୋଗୀ ଯାତ୍ରା ଦେଖିବାକୁ ନଆସି ଘରେ ଦର୍ଶନ କରିପାରିବେ ।
📱 Get Argus News App
✨କୋଭିଡ଼ ପାଇଁ ବିଚଳିତ ହୁଅନ୍ତୁ ନାହିଁ । ଏବେ ଯେଉଁ ନୂଆ ଭ୍ୟାରିଏଣ୍ଟ ଆସିଛି ତାହାର ପ୍ରଭାବ ବେଶ କମ ଅଛି । ରାଜ୍ୟରେ ମଧ୍ୟ ଏହାର ସଂକ୍ରମଣ ହାର କମ ରହିଛି । ଆଗକୁ ରଥଯାତ୍ରା ଥିବାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସାମଗମ ହେବ । ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କିଛି ତ୍ରୁଟି ଯେପରି ନହେବ, ସେ ଦିଗରେ ଧ୍ୟାନ ଦିଆଯିବା ସହ ମନ୍ତ୍ରୀ ଏବଂ ସଚିବଙ୍କ ପରାମର୍ଶ କ୍ରମେ ବହୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ।