Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମ୍‌ସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଏମ୍‌ସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ

Key Points

ଏମସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ପୀଡ଼ିତା ସଂଘର୍ଷ କରୁଛନ୍ତି

ବର୍ତ୍ତମାନ ICU ଭେଣ୍ଟିଲେଟରରେ ଅଛନ୍ତି ପୀଡ଼ିତା

ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଛି

ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ପୀଡ଼ିତାଙ୍କ ସଂଘର୍ଷ । ଏମସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଯିବେ ଏମସ । ପୀଡ଼ିତାଙ୍କ ଚିକିତ୍ସା ତଦାରଖ ପାଇଁ AIIMS ପକ୍ଷରୁ ୮ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବା ସୂଚନା ଦେଇଛନ୍ତି ଏମସ୍ ନିର୍ଦ୍ଦେଶକ । ବର୍ତ୍ତମାନ ICU ଭେଣ୍ଟିଲେଟରରେ ଅଛନ୍ତି ପୀଡ଼ିତା। ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଛି। ତେବେ ସ୍ଥିତିରେ କିଛି ସୁଧାର ଆସିନି । ଇଣ୍ଟରନାଲ୍‌ ଆଘାତ ହୋଇଛି, କିଡ୍‌ନୀ, ଫୁସଫୁସ୍ ପ୍ରଭାବିତ ହୋଇଛି ।


ଆଗାମୀ ୨୪ ଘଣ୍ଟା ପୀଡ଼ିତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୪୮ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରହିବେ ପୀଡ଼ିତା । ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି। ବର୍ଣ୍ଣ ଏବଂ ପ୍ଲାଷ୍ଟିକ, ମେଡିସିନ ପୁଲମନାରୀ, କ୍ରିଟିକାଲ କେୟାର୍, କାର୍ଡ଼ିଓ ଲୋଜି, ନେଫରୋଲୋଜି, ନର୍ସିଙ୍ଗ ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ସେପଟେ ପୀଡ଼ିତା ଜଳୁଥିବା ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା କଲେଜର ପ୍ରଥମ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
health-minister-mukesh-mahaling-and-higher-education-minister-visited-aiims-to-inquire-about-the-health-of-the-students | Argus News