Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲା ନେଇ ହାଇକୋର୍ଟରେ ଶୁଣାଣି

Odisha

କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲା ନେଇ ହାଇକୋର୍ଟରେ ଶୁଣାଣି

Smruti Parija
Browse all articles by Smruti Parija
·1 year ago·1 min read
କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲା ନେଇ ହାଇକୋର୍ଟରେ ଶୁଣାଣି

କଟକ: କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲା ନେଇ ହାଇକୋର୍ଟରେ ହେଲା ଶୁଣାଣି । ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ହାଇକୋର୍ଟରେ ସିଏମସିର ଭୂଲ୍ ରିପୋର୍ଟ ନେଇ ବର୍ଷିଲେ କୋର୍ଟ, ଭୂଲ୍ ରିପୋର୍ଟ ଦେଲେ ଅଦାଲତର ଅବମାନନା ରୁଜୁ କରିବାକୁ କହିଲେ କୋର୍ଟ । 

କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ମରାମତି ହୋଇନାହିଁ ରାସ୍ତାଘାଟ, ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । 

ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ ଲାଇଟ୍ ମରାମତି କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ରାସ୍ତା ଅବରୋଧ ନକରି ତୋରଣ ନିର୍ମାଣ କରାଯାଇଥିବା ନେଇ ତଦାରଖ କରିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନୋଡାଲ ଅଫିସର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭସାଣୀ ଶୋଭାଯାତ୍ରା ସମୟରେ ଅଧିକ ଶବ୍ଦ ବା ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ବକ୍ସ ଜବତ କରିବା ପାଇଁ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି । ଅଧିକ ଶବ୍ଦ ମାପିବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ର ଆହୁରି ଅଣାଯିବ ବୋଲି କହିଛନ୍ତି ଡିସିପି । ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ବାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । 
 

Sponsored
Hearing in the High Court regarding the public interest case related to the Cuttack city problem | Argus News