Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଜ ନିଜ ପକ୍ଷ ରଖିଲେ ଉଭୟ ପୀଡିତା ଓ ପୁଞ୍ଜିଲାଲଙ୍କ ଓକିଲ

Odisha

ନିଜ ନିଜ ପକ୍ଷ ରଖିଲେ ଉଭୟ ପୀଡିତା ଓ ପୁଞ୍ଜିଲାଲଙ୍କ ଓକିଲ

Smruti Parija
Browse all articles by Smruti Parija
·1 year ago·1 min read
ନିଜ ନିଜ ପକ୍ଷ ରଖିଲେ ଉଭୟ ପୀଡିତା ଓ ପୁଞ୍ଜିଲାଲଙ୍କ ଓକିଲ

Key Points

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା

ପୀଡ଼ିତା ରୀମା ସାହୁଙ୍କ ଓକିଲ ରଖିଲେ ନିଜ ପକ୍ଷ


ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଶୁଣାଣି ଶେଷ ହୋଇଛି । ଆଜି ପୀଡ଼ିତା ରୀମା ସାହୁଙ୍କ ଓକିଲ ରଖିଲେ ନିଜ ପକ୍ଷ । ଗତ କାଲି ୪ ଘଣ୍ଟା ଧରି କୋର୍ଟରେ ନିଜ ପକ୍ଷ ରଖିଥିଲେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର । ପୀଡିତାଙ୍କ ଓକିଲ ଚିତ୍ତରଂଜନ କାନୁନଗୋ କହିବା ଅନୁସାରେ ଉଭୟ ପକ୍ଷଙ୍କ ଆର୍ଗୁମେଣ୍ଟ ଶେଷ ହୋଇଛି । ମାନ୍ୟବର କୋର୍ଟ ଆଗାମୀ ଦିନରେ ଜଜମେଣ୍ଟ ତାରିଖ ନିର୍ଣ୍ଣୟ କରି ଫଇସଲା ଶୁଣାଇବେ ।


୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I

Argus Whatsapp Channel Mobile Top
Sponsored
hearing-in-the-much-discussed-patnagarh-parcel-bomb-blast-case-concludes | Argus News