Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ “ଉତ୍କଳ ଦିବସ”ର ହାର୍ଦ୍ଦିକ ଶୁଭେଚ୍ଛା

Ritu Das
Browse all articles by Ritu Das
·1 year ago·1 min read
ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ “ଉତ୍କଳ ଦିବସ”ର ହାର୍ଦ୍ଦିକ ଶୁଭେଚ୍ଛା

ଉତ୍କଳ ଦିବସ ଅବସରରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଶୁଭେଚ୍ଛା ବାର୍ତ୍ତା। ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ “ଉତ୍କଳ ଦିବସ”ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l ଓଡିଶା ତାର ଭାଷା, ସଂସ୍କୃତି, ଐତିହ୍ୟ, ଅସ୍ମିତା, ପ୍ରଥା, ପରମ୍ପରା, ଗର୍ବ, ଗୌରବ, ସୌର୍ଯ୍ୟ, ବୀର୍ଯ୍ୟ, ସୌଜନ୍ୟତା, ମଠ, ମନ୍ଦିରର ମହାନତା ପାଇଁ ସ୍ୱତନ୍ତ୍ରତା ରହିଛି। ଏଥିପାଇଁ ଆମେ ନିଜକୁ ଗର୍ବିତ ଅନୁଭବ କରୁ।


ଏହି ମହାନ ଜାତି 1936 ମସିହା ଆଜିର ଦିନରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭକରିଥିଲା। ଯେଉଁମାନଙ୍କ ତ୍ୟାଗ ଓ ତପସ୍ୟା ପାଇଁ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହୋଇପାରିଛି ସେହି ମହାପୁରୁଷ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଭଳି ବହୁ ମାତୃଭକ୍ତ ଓ ଦେଶଭକ୍ତ ସଂଗ୍ରାମୀ ବୀରପୁତ୍ରମାନଙ୍କୁ ଆଜିର ଦିବସରେ ମୁଁ ମୋର ଶ୍ରେଷ୍ଠ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମେ ଆମ ଓଡ଼ିଶାର ଭାଷା, ଅସ୍ମିତା, ଗର୍ବ ଓ ଗର୍ବିତ ସାମରିକ ପରମ୍ପରା, ଦିଅଁ ଦେଉଳର ଏତିହ୍ୟ, କଳାକାରିଗରୀର ମହାନତାକୁ ଆହୁରି ସମୃଦ୍ଧ, ସୁଦୃଢ ଓ ସଂରକ୍ଷଣ କରିବା ପାଇଁ ଆଜିର ଦିବସରେ ସଂକଳ୍ପ ନେବା ପାଇଁ ଆହ୍ୱାନ କରୁଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heartiest-greetings-on-utkal-divas-to-all-odia-brothers-and-sisters-living-outside-odisha | Argus News